କସୌଟି ଜିନ୍ଦେଗୀ କେ୨ ଟିଭିରେ ଆରମ୍ଭ ହୋଇ ସାରିଲାଣ. ମାତ୍ର ଏଭଳି ଲାଗୁଛି ଯେ ଦର୍ଶକଙ୍କୁ ଏହି ସିରିଅଲ ପସନ୍ଦ ଆସୁନାହିଁ । ଏହି ସପ୍ତାହରେ ଟିଆରପି ଲିଷ୍ଟରେ ୧୫ତମ ସ୍ଥାନରେ ରହିଛି ଏହି ଶୋ । ଏବେ ସମୟ ଆସିଯାଇଛି କମୋଲିକାର ଏଂଟ୍ରିକୁ ନେଇ । ଏକତା କପୁରଙ୍କୁ ଆଶା ଅଛି ଯେ କମୋଲିକା ଆସିବା ପରେ ଦର୍ଶକଙ୍କ ଉତ୍ସାହ ବଢିବ ।
ସିରିଅଲର କମୋଲିକାଙ୍କ ଭୂମିକା ହୀନା ଖାନ କରୁଛନ୍ତି । ଏକତା କପୂର ଏକ ଭିଡିଓ ଶେୟାର କରି କସୌଟି ଜିନ୍ଦେଗୀ କେ କମୋଲିକା କିଭଳି ହେବେ । ଭିଡିଓରେ ଏକତା କହିଛନ୍ତି ଯେ – କମୋଲିକାଙ୍କୁ ଏବେ ଭିନ୍ନ ଭାବେ ଆଣିବା ତାଙ୍କ ପାଇଁ ବଡ ଚ୍ୟାଲେଂଜ ଅଟେ । ଏଥର ପୁର୍ବ ପରି କମୋଲିକା ଏଂଟ୍ରି କରିବେ ନାହିଁ ।
Someone is coming to turn Anurag-Prerna’s life upside down! #KasautiiZindagiiKay, Mon-Fri at 8pm.@ektaravikapoor pic.twitter.com/pzOalUURXG
— StarPlus (@StarPlus) October 11, 2018
ଏବେ ପର୍ଯ୍ୟନ୍ତ ଶୋ’ର ନିର୍ମାତାଙ୍କ ତରଫରୁ କମୋଲିକାଙ୍କ ଭୂମିକା ସସପେନ୍ସ ରଖାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ ସିଜନରେ ଏହି ଭୂମିକା ଉର୍ବଶୀ ଢୋଲକିୟା କରିଥିଲେ । ଏହି ସିରିଅଲ ଛୋଟ ପରଦାର ସବୁଠାରୁ ଅଧିକ ଟିଆରପି ହାସଲ କରୁଥିବା ସିରିଅଲ ଥିଲା ।