Only for Entertainment

କେରଳରେ ପରୀକ୍ଷାରେ ଟପ କରିଥିବା ୯୬ବର୍ଷୀୟା ବୃଦ୍ଧା ଚଲାଇବେ ଲାପଟପ !

timesnow
30

୯୬ ବର୍ଷୀୟା କାର୍ତ୍ତିୟାନୀ ଅମ୍ମା ଯେ କେବଳ କେରଳର ଅଲପୁଝା ଜିଲ୍ଲାରେ ରାଜ୍ୟ ସାକ୍ଷରତା ମିଶନ ଅଧୀନ ସାକ୍ଷରତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ତାହା ନୁହେଁ ବରଂ ଏହି କାର୍ଯ୍ୟକ୍ରମରେ ଟପ ମଧ୍ୟ କରିଛନ୍ତି । ଅମ୍ମା ୧୦୦ ପ୍ରତିଶତରୁ ୯୮ ସଂଖ୍ୟା ହାସଲ କରି ଇତିହାସ ରଚିଛନ୍ତି ।
ବାଧା ଦେଇନାହିଁ ବୟସ । ଭାଙ୍ଗିଯାଇନାହିଁ ଆତ୍ମବିଶ୍ୱାସ । ପଛରେ ଛାଡ଼ି ଆସିଛନ୍ତି ସମସ୍ତ ବାଧାବିଘ୍ନ । କାରଣ ହେଉଛି ଆଗକୁ ଯିବାର ଇଛା । ଜୀବନରେ କିଛି କରି ଦେଖାଇବାର ଇଛା । ଆଜ୍ଞା ହଁ ଆପଣ ମଧ୍ୟ ଜାଣିଥିବେ ବୟସ ସରିଗଲେ ପଢାରେ କିଏ ବା ମନ ଦିଏ । ଧୀରେ ଧୀରେ ମନ ପଢାରୁ ନିବୃତ୍ତ ହୋଇ ଚାଲିଯାଏ ଜୀବନର ବ୍ୟସ୍ତବହୁଳତା ମଧ୍ୟକୁ । ଏହା ମଧ୍ୟରେ ସମୟ ହୁଏ ନାହିଁ ପଢିବା ପାଇଁ । କିନ୍ତୁ ନିକଟରେ ଏଭଳି ଏକ ଦୃଶ୍ୟ ସାମ୍ନାକୁୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି,ଆଉ ବାଧ୍ୟ କରିଛି ସେହି ମହିଳାଙ୍କୁ ଧନବ୍ୟାଦ ଅର୍ପଣ କରିବା ପାଇଁ । ୪୨,୯୯୩ ଲୋକ ଏହି ପରୀକ୍ଷାରେ ପାସ କରିଛନ୍ତି । ଏହି ପରୀକ୍ଷାରେ ପଢିବା ଲେଖିବା ସହିତ ଗଣିତ ମଧ୍ୟ ସାମିଲ କରାଯାଇଥିଲା ।

ତାଙ୍କର ଏହି ଉପଲବ୍ଧି କାରଣରୁ ରାଜ୍ୟସରକାର ତାଙ୍କୁ ପ୍ରଦାନ କରିଛନ୍ତି ଏକ ଲାପଟପ । ତାଙ୍କୁ ପ୍ରୋତ୍ସାହନ କରିବା ଲାଗି ପୁରସ୍କାର ସ୍ୱରୁପ ତାଙ୍କୁ ଲାପଟପ ପ୍ରଦାନ କରାଯାଇଛି । ରାଜ୍ୟ ଶିକ୍ଷାମନ୍ତ୍ରୀ ବୁଧବାର ଦିନ ତାଙ୍କ ହାତକୁ ଲାପଟପ ଟେକି ଦେଇଥିଲେ । ଲାପଟପ ପାଇଁ ଅମ୍ମା ଖୁବ ଖୁସି ହୋଇଯାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ କିଛି ସମୟ ପୂର୍ବରୁ ହିଁ ଅମ୍ମା କମ୍ପ୍ୟୁଟର ଶିଖିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ୧ନଭେମ୍ବରରେ ମୁଖ୍ୟମନ୍ତ୍ରୀ ତାଙ୍କୁ କନଫରେନ୍ସ ହଲରେ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଆପଣଙ୍କୁ ଏଠାରେ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଅମ୍ମା କେବେ ସ୍କୁଲ ଯାଇନଥିଲେ ଏବଂ ନିଜ ଗାଁର କିଛି ମନ୍ଦିରରେ ସଫାଇ କର୍ମଚାରି ରୂପେ କାର୍ଯ୍ୟ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More