ଖତରୋଁ କେ ଖିଲାଡ଼ୀରେ ନଜର ଆସିବେ ଏହି ଆକ୍ଟର୍ସ, ଲିକ ହେଲା ଫାଇନାଲ ଲିଷ୍ଟ
ଖତରୋଁ କେ ଖିଲାଡ଼ୀ ୧୦ ପୁଣିଥରେ ଅଗଷ୍ଟ ମାସରେ ଆରମ୍ଭ ହେବାକୁ ଯାଉଛି । ତେଣୁ ଚର୍ଚ୍ଚା ଚାଲିଛି ଏହାର ପ୍ରତିଯୋଗୀ ମାନଙ୍କୁ ନେଇ । କେଉଁଁମାନେ ଏଥିରେ ନଜର ଆସିବେ ଜାଣିବା ପାଇଁ ଦର୍ଶକଙ୍କ ମନରେ ଉତ୍ସୁକତା ବଢିଯାଇଛି । ଏହି ଥର ସୁଟିଂ ବୁଲଗାରିୟାରେ ହେବ । ଦିନ ନିକଟତର ହେବାମାତ୍ରେ ଆଗ୍ରହ ମଧ୍ୟ ବଢିଚାଲିଛି । ସ୍ୱଟବଏର ରିପୋର୍ଟ ଅନୁସାରେ ୧୦ ଜଣ ସେଲିବ୍ରେଟୀ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି ।
ଟିଭିର ସୁପରଷ୍ଟାର କରଣ ପଟେଲ ଖତରୋଁ କେ ଖିଲାଡ଼ୀ’ରେ ନଜର ଆସିବେ ବୋଲି ସୂଚନା ମିଳିଛି । ଖବର ଅନୁସାରେ କରଣ ଧାରାବାହିକ ୟେ ହୈ ମୋହବତେଁ’ ଛାଡ଼ି ଦେଇଛନ୍ତି । ଯାହାର କାରଣ ହେଉଛି ରୋହିତ ସେଟ୍ଟୀଙ୍କ ଏହି ରିଆଲିଟି ଶୋ । କରଣଙ୍କ ବ୍ୟତୀତ ଅଦା ଖାନ, ଆଙ୍କର ବଳରାଜ,ମରାଠୀ ଅଭିନେତ୍ରୀ ଅମୃତା, କରିସ୍ମା ତନ୍ନା ଓ ଧର୍ମେଶ । ଅବଶ୍ୟ ଧର୍ମେଶ ଏହାର ଅଫିସିଆଲ ଘୋଷଣା କରିନାହାଁନ୍ତି । ଆରଜେ ମଲିସ୍କା, ଭୋଜପୁରୀ ଅଭିନେତ୍ରୀ ରାନୀ, ଶିବିନ ନାରଙ୍ଗ, ତେଜସ୍ୱୀ ପ୍ରକାଶ ଆଦି ନଜର ଆସିବେ ।