Only for Entertainment

ଅଫେୟାର ଖବର ଭିତରେ ଅଧରାତିରେ ସୁଶାନ୍ତଙ୍କ ସହ ମୁମ୍ବାଇ ରାସ୍ତାରେ ନଜର ଆସିଲେ ରିୟା, ଅଲବ୍ଲାକ ଲୁକରେ ନଜର ଆସିଲା ଗ୍ଲାମରସ ଅନ୍ଦାଜ !

191

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ପୁଣି ଥରେ ନିଜ ଅଫେୟାର ଖବର ପାଇଁ ଚର୍ଚ୍ଚାରେ ରହିଛନ୍ତି । ଖବର ମୁତାବକ ସୁଶାନ୍ତ କିଛି ଦିନ ହେବ ରିୟା ଚଳ୍ରବର୍ତ୍ତୀଙ୍କ ସହ ରିଲେସନସିପରେ ଅଛନ୍ତି , ମାତ୍ର ଦୁହେଁ ନିଜ ସମ୍ପର୍କ ବିଷୟରେ କୌଣସି ଖୁଲାସା କରି ନାହାନ୍ତି । ଏହାମଧ୍ୟରେ ସୁଶାନ୍ତ ଏବଂ ରିୟା ବାନ୍ଦ୍ରାରେ ନାଇଟ ଆଉଟ କରୁଥିବାର ସ୍ପଟ ହୋଇଛନ୍ତି । ସୁଶାନ୍ତ କାଜୁଆଲ ବ୍ଲାକ ଟି-ସାର୍ଟ, ବ୍ଲୁ ଜିନ୍ସ ସହ ଧଳା ସ୍ନିକର୍ସ ପିନ୍ଧି ଥିବାର ନଜର ଆସିଛନ୍ତି । ସେହିଭଳି ରିୟା ମଧ୍ୟ ମ୍ୟାଚିଂ ବ୍ଲାକ ସର୍ଟ ଡ୍ରେସରେ ଖୁବ ଗ୍ଲାମରସ ନଜର ଆସିଛନ୍ତି । ସଡକରେ ଦୁହେଁ ସ୍ପେଶାଲ ବଣ୍ଡିଂ ଦେଖିବାକୁ ମିଳିଛି ।

ଅଧରାତିରେ ମୁମ୍ବାଇ ସଡକରେ ଖୁବ ମସ୍ତି କରୁଥିବାର ଦୁହେଁ ସ୍ପଟ ହୋଇଥିଲେ । ଷ୍ଟାର୍ସଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ସୁଶାନ୍ତ ଏବଂ ରିୟା ଅନେକ ସମୟରେ ଦୁହେଁ ଦୁହିଁଙ୍କ ସହ କ୍ୱାଲିଟି ଟାଇମ ସ୍ପେଂଡ କରୁଥିବାର ନଜର ଆସିଛନ୍ତି ।

ୱାର୍କଫ୍ରଂଟ ବିଷୟରେ ସୁଶାନ୍ତ ଖୁବଶୀଘ୍ର ନିଜ ଅପକମିଂ ଫିଲ୍ମ ‘ଛିଛୋରେ’ରେ ନଜର ଆସିବେ । ଏହି ଫିଲ୍ମ ୩୦ଅଗଷ୍ଟରେ ରିଲିଜ ହେବ । ଫିଲ୍ମରେ ଶ୍ରଦ୍ଧା କପୂର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାପରେ ସୁଶାନ୍ତ ଫିଲ୍ମ ‘ଡ୍ରାଇଭ’ରେ ମଧ୍ୟ ନଜର ଆସିବେ । ସେହିଭଳି ରିୟା ଖୁବଶୀଘ୍ର ନେଟଫ୍ଲିକ୍ସରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More