Only for Entertainment

ଡେନିମ ଲୁକରେ କିୟାରାଙ୍କ ଯାଦୁ, ଏୟାରପୋର୍ଟରେ ନଜର ଆସିଲା କୁଲ ଅନ୍ଦାଜ !

63

ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ୩୧ଜୁଲାଇରେ ଅର୍ଥାତ ଆଜି ୨୭ବର୍ଷରେ ପଦ ରଖିଛନ୍ତି । ୧୯୯୨ ମାୟାନଗରୀ ମୁମ୍ବାଇରେ ଜନ୍ମ କିଆରା ଖୁବ କମ ସମୟରେ ବଲିଉଡରେ ନିଜର ଏକ ଖାସ ପରିଚୟ ବନାଇଛନ୍ତି । ନିକଟରେ ଶାହିଦ କପୂରଙ୍କ ତାଙ୍କ ଫିଲ୍ମ ‘କବୀର ସିଂ’ରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ହିଟ ହୋଇଛି । ଫିଲ୍ମରେ ତାଙ୍କ ସାଧାସିଧା ଲୁକ ମେଡିକାଲ ଛାତ୍ରୀ ପ୍ରୀତି ଭୁମିକାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଦୁହିଁଙ୍କ ମଜାଦାର ଲଭ ଷ୍ଟୋରୀ ଦେଖିବାକୁ ମିଳିଥିଲା । ଫିଲ୍ମ ସହ ସେ ନିଜ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ଭିନ୍ନ ଭିନ୍ନ ରଂଗ, ଡିଜାଇନ୍ସ ଏବଂ ଟ୍ରେଣ୍ଡକୁ ଫଲୋ କରନ୍ତି ।

ନିକଟରେ କିଆରାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ସେ ଏୟାରପୋର୍ଟରେ ଷ୍ଟାଇଲିସ ଅନ୍ଦାଜରେ ଏଂଟ୍ରି କରିଥିଲେ । ନିଜ ଜନ୍ମଦିନ ମଉକାରେ କବୀର ସିଂଙ୍କ ଗର୍ଲଫ୍ରେଣ୍ଡ ନିଜ ସମସ୍ତ କାମ ଶେଷ କରି ଘରକୁ ଫେରିଛନ୍ତି । ଏୟାରପୋର୍ଟରେ କିୟାରା ଡେନିମ ଲୁକରେ ନଜର ଆସିଥିଲେ । ତେବେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏହି ଲୁକ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କବୀର ସିଂ ଭଳି ବ୍ଲକବାଷ୍ଟର ଫିଲ୍ମ ଦେବା ପରେ ଏବେ କିୟାରା ‘ଲକ୍ଷ୍ମୀ ବମ୍ବ’ ‘ଶେରଶାହ’ ଏବଂ ‘ଗୁଡନ୍ୟୁଜ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More