Only for Entertainment

କୁଣ୍ଡଳୀ ଭାଗ୍ୟ’ ରିଷଭ ନିଜ ଅନସ୍କ୍ରିନ ପତ୍ନୀଙ୍କ ବିବାହରେ ଖୁବ ନାଚିଲେ , ଭିଡିଓ ଭାଇରାଲ !

86

ଜି ଟିଭିର ପୁପୁଲାର ଶୋ’ ‘କୁଣ୍ଡଳୀ ଭାଗ୍ୟ’ରେ କିଛି ଦିନ ହେବ ପ୍ରିତା’ର ବିବାହ ସିକ୍ୱେନ୍ସ ଚାଲିଛି । କିନ୍ତୁ ଏପଟେ ପ୍ରୀତାଙ୍କ ବିବାହ ହେଉଥିବା ବେଳେ ସେପଟେ ଅନସ୍କ୍ରିନ ଶର୍ଲିନଙ୍କ ଭୂମିକା ତୁଲାଉଥିବା ଅଭିନେତ୍ରୀ ରୁହି ଚତୁର୍ବେଦୀଙ୍କ ଅସଲି ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶର୍ଲିନ ଅର୍ଥାତ ରୁହି ନିଜ ପିଲାଦିନ ବନ୍ଧୁ ଶିବେନ୍ଦ୍ରଙ୍କୁ ଓମ ସୋନିୟୋଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହରେ ରୁହିଙ୍କ କୋ-ଷ୍ଟାର ଏବଂ କୁଣ୍ଡଳୀ ଭାଗ୍ୟର ପପୁଲାର କଳାକାର ମସ୍ତିଭରା ଅନ୍ଦାଜରେ ନଜର ଆସିଛନ୍ତି ।

ରୁହି ନିଜ ବିବାହରେ ଖୁବ ସୁନ୍ଦର ଦିଶୁଛନ୍ତି ଏବଂ ତାଙ୍କ ଭାବୀ ସ୍ୱାମୀ ନୀଳ ରଂଗର ଶେରୱାନୀରେ ନଜର ଆସିଛନ୍ତି । ରୁହି ଏବଂ ଶିବେନ୍ଦ୍ର ଉଭୟ ଉଭୟଙ୍କୁ ୧୩ବର୍ଷ ହେବ ଖୁବ ଭଲ ବନ୍ଧୁ ଥିଲେ । କିନ୍ତୁ ଯେତେବେଳେ ପରିବାର ଏହି ବିବାହ ପ୍ରସ୍ତାବ ରଖିଥିଲେ ଦୁହେଁ ରାଜି ହୋଇଯାଇଥିଲେ । ରୁହିଙ୍କ ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୁହି ଅର୍ଥାତ ଶର୍ଲିନଙ୍କ ଅନସ୍କ୍ରିନ ସ୍ୱାମୀ ରିଷଭ ଅର୍ଥାତ ମନିତ ଜୈାରା ମସ୍ତିଭରା ଅନ୍ଦାଜରେ ନାଚୁଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଶୋ’ ଜିଟିଭିରେ ସବୁବେଳେ ଟିଆରପି ଚାଟ’ର ଉପରେ ରହିଥାଏ ଏବଂ ଏହି ଶୋ’ର ଷ୍ଟାରମାନଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More