Only for Entertainment

ଧଡକ ଦେଖି ଜାହ୍ନବୀଙ୍କୁ ପ୍ରଶଂସା କଲେ ଲତା ମଙ୍ଗେସକର, ତାଙ୍କ ଆଗମୀ ଫିଲ୍ମରେ ଗାଇବେ ଗୀତ ।

Malayala Manorama
0 28

ଲତା ମଙ୍ଗେସକର ଯାହାଙ୍କ କଣ୍ଠରେ ମା ସରସ୍ୱତୀ ସ୍ୱୟଂ ବିରାଜମାନ । ସେ ଏବେ ନିଜେ ଇଚ୍ଛା କରିଛନ୍ତି “ଧଡକ’ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମରେ ଗୀତ ଗାଇବାକୁ । ନିକଟରେ ରିଲିଜ ହୋଇଥିବା “ଧଡକ’ ଫିଲ୍ମକୁ ସେ ସମ୍ପୂର୍ଣ୍ଣ ଦେଖିଛନ୍ତି । ଏଥିରେ ଜାହ୍ନବୀଙ୍କ ଅଭିନୟକୁ ସେ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଆଉ ସେ କହିଛନ୍ତି ଜାହ୍ନବୀଙ୍କ ଆଗାମୀ ଫିଲ୍ମରେ ଗୀତ ଗାଇବାକୁ ଚାହାନ୍ତି ।

ସେହିପରି ସେ କହିଛନ୍ତି ଅନୀଲ କପୁର ଓ ବୋନି କପୁରଙ୍କର ସେ ନିକଟତର । ଅନିଲ କପୁରଙ୍କ ଅଭିନୀତ ‘ଫେନ୍ନେ ଖାନ’ର ଟ୍ରିଜର ନିକଟରେ ମୁକ୍ତିଲାଭ କରିସାରିଛି । ଏହାକୁ ଦେଖି ଲତା ଅନିଲଙ୍କୁ ବହୁତ ପ୍ରଶଂସା କରିଛନ୍ତି । ‘ଫେନ୍ନେ ଖାନ’ର ରିଲିଜ ଡେଟ ପାଖେଇ ଆସୁଛି । ଏଥିଲାଗି ଅନିଲ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏଥିରେ ରାଜକୁମାର ରାଓ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଧଡ଼କ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଜାହ୍ନବୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ଓପନିଂ କରିଥିଲା । ସୂଚନା ଅନୁସାରେ ଜାହ୍ନବୀ ଏହି ଫିଲ୍ମର ପ୍ରମୋଶନ ପାଇଁ ୩୦ ଦିନ ଭିତରେ ୨୩ ପ୍ରକାରର ଡ୍ରେସ ପିନ୍ଧିଥିଲେ । ନିଜର ପ୍ରଥମ ଫିଲ୍ମର ପ୍ରଚାର-ପ୍ରସାର ପାଇଁ କୌଣସି ବି ସୁଯୋଗ ହାତ ଛଡା କରିନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More