Only for Entertainment

ହନୁମାନଙ୍କଠାରୁ ଏହି ଗୁଣ ଶିଖିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ

barraques
254

ହିନ୍ଦୁ ଶାସ୍ତ୍ରରେ ଥିବା ସମସ୍ତ ଦେବାଦେବୀ ପୂଜନୀୟ । ମାତ୍ର ପ୍ରତ୍ୟେକ ଦେବାଦେବୀ ଭିନ୍ନ ଭିନ୍ନ ଶ୍ରେଣୀଭୂକ୍ତ । ସମସ୍ତଙ୍କ ପାହ୍ୟା ସ୍ୱତନ୍ତ୍ର। ହେଲେ ପବନପୂତ୍ର ହନୁମାନଙ୍କୁ ମୁଖ୍ୟ ଭୂମିକା ଦିଆଯାଇଛି। ବଜରଙ୍ଗବାଲୀଙ୍କର ବଳ ଓ ବୁଦ୍ଧି ଅନ୍ୟ ସମସ୍ତଙ୍କଠାରୁ ଅଧିକ । ବିଶ୍ୱାସ ରହିଛି ଯେ ବଜରଙ୍ଗବାଲୀଙ୍କ ପୂଜା କରିବା ଦ୍ୱାରା ସବୁ ଗ୍ରହଙ୍କୁ ଶାନ୍ତ ରଖାଯାଇପାରେ ।

ହିନ୍ଦୁ ଧର୍ମର ପୁରାଣଶାସ୍ତ୍ର ଓ ଦେବାଦେବୀଙ୍କ ଚରିତ୍ର କେବଳ ପୂଜା ପାଇବା ପାଇଁ ନୁହେଁ । ଜୀବନକୁ ସୁଢଙ୍ଗରେ ଚଳାଇବା ପାଇଁ ଅନେକ ଉପଦେଶ ଏଥିରେ ଲୁଚି ରହିଛି, ଯାହାକୁ କି ଆମେ ଜାଣିପାରି ବାସ୍ତବ ଜୀବନରେ ପ୍ରୟୋଗ କରିବା ଉଚିତ ।

କେଉଁ ସ୍ଥାନରେ ଜଣେ ବ୍ୟକ୍ତିକୁ ସମର୍ପଣ ଭାବ ରଖିବା ଉଚିତ, କେଉଁ ଜାଗାରେ କୌଶଳତା ଅବଲମ୍ବନ କରିବା ଉଚିତ ଓ କେଉଁ ଜାଗାରେ ନିଜର ଟାଣପଣ ରଖିବା ଉଚିତ ତାହା ଆମେ ବଜରଙ୍ଗବାଲୀ ହନୁମାନଙ୍କଠାରୁ ଶିଖିବା ଜରୁରୀ ।

ଯଦିଓ ପବନପୁତ୍ର ହନୁମାନ ଈଶ୍ୱରଙ୍କ ଅବତର ମାତ୍ର ତାଙ୍କ ଭିତରେ ଏକ ଉତ୍ତମ ସଂଚାଳନ କଳା ଅଛି ଯାହା ଆମେ ସମସ୍ତେ ଶିଖିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More