Only for Entertainment

ଆମାଜୋନ ରେନ ଫରେଷ୍ଟକୁ ବଂଚାଇବା ପାଇଁ ଲିୟୋନାର୍ଡୋ ଡିକ୍ୟାପ୍ରିୟୋ ଦାନ କଲେ ୩୬ କୋଟି ଟଙ୍କା

Entnetwrk Blog
90

ଦକ୍ଷିଣ ଆମେରିକା ଦେଶ ବ୍ରାଜିଲର ଆମାଜୋନ ରେନ ଫରେଷ୍ଟରେ ଲାଗିଥିବା ନିଆଁ ପୂରା ଦୁନିଆକୁ ଚିନ୍ତାରେ ପକାଇଦେଇଛି । ଏହି ଜଙ୍ଗଲରେ ନିଆଁ ଲାଗିବାର ୧୫ ଦିନରୁ ଅଧିକ ହୋଇଗଲାଣି । ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ଏହାକୁ ନେଇ ନିଜ ନିଜ ପ୍ରତିକ୍ରିୟା ରଖୁଥିବା ଦେଖିବାକୁ ମିଳିଛି । ପୃଥିବୀକୁ ୨୦ ପ୍ରତିଶତ ଅକ୍ସିଜେନ ଯୋଗାଉଥିବା ଏହି ଜଙ୍ଗଲକୁ ବଂଚାଇବା ପାଇଁ ହଲିଉଡ ଅଭିନେତା ଲିଓନାର୍ଡୋ ଡିକ୍ୟାପ୍ରିୟୋ ଆର୍ଥିକ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ।

ଖବର ଅନୁସାରେ ଲିୟୋନାର୍ଡୋ ଆମାଜୋନ ରେନ ଫରେଷ୍ଟର ସଂରକ୍ଷଣ ପାଇଁ ୫ ମିଲିଅନ ଡଲାର ଅର୍ଥାତ ୩୬ କୋଟି ଟଙ୍କା ଦାନ କରିଛନ୍ତି । ଅଭିନେତାଙ୍କ ଏହି ନିର୍ଣ୍ଣୟକୁ ସୋସିଆଲ ମିଡିଆରେ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଲିୟୋନାର୍ଡୋଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ରାଶି ୫ ସ୍ଥାନୀୟ ସଂସ୍ଥାକୁ ଡୋନେଟ କରାଯିବ । ଏହା ସୂଚନା ଖୋଦ ଅଭିନେତା ନିଜ ସୋସିଆଲ ମିଡିଆରେ ଦେଇଛନ୍ତି ।

 

ଆପଣଙ୍କୁ କହିରଖୁଛୁ ଯେ, ଆମାଜୋନ ରେନ ଫରେଷ୍ଟରେ ଲାଗିଥିବା ନିଆଁ ଏବେ ବ୍ରାଜିଲ ଏବଂ ବୋଲିବିୟା ପରେ ଏବେ ପରାଗ୍ୱେ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି । ଏପରି କି ନିଆଁ ଲିଭାଇବା ପାଇଁ ଲୋକେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିବାରେ ଲାଗିଛନ୍ତି । ନିଆଁ ଲିଭାଇବା ପାଇଁ ସରକାର ବ୍ରାଜିଲ ସେନା କୁ ପଠାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More