Only for Entertainment

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି ? ତେବେ ପତ୍ନିଙ୍କୁ ଦିଅନ୍ତୁ ଏହି ୪ଟି ଉପହାର

Exporters India
0 33

ଶାସ୍ତ୍ରରେ ପତ୍ନିଙ୍କୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି । ଦେବୀଙ୍କର ଅନେକ ରୂପ ରହିଥିବା ବେଳେ ସେଥିମଧ୍ୟରୁ ଗୃହ ଲକ୍ଷ୍ମୀ ହେଉଛି ଅନ୍ୟତମ । କୁହାଯାଏ ମା ଲକ୍ଷ୍ମୀ ଗୃହ ଲକ୍ଷ୍ମୀ ରୂପରେ ସବୁ ପରିବାରରେ ରହିଥାନ୍ତି । ଯେଉଁ ଘରେ ଗୃହ ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି, ସେ ଘରର ଲୋକ ସବୁ ବେଳେ ସୁଖ ଶାନ୍ତିରେ ରହିବା ସହିତ ଧନ ସମ୍ପତ୍ତିରେ ବୃଦ୍ଧି ଘଟେ ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରର ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତୁ ତେବେ ଏହି ଚାରୋଟି ଉପହାର ପତ୍ନିଙ୍କୁ ଦିଅନ୍ତୁ । ଦେଖିବେ ସର୍ବଦା ଗୃହ ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତି ହେବା ସହ ସୁଖ ଓ ସମୃଦ୍ଧିରେ ଘର ପୁରି ଉଠିବ।

ବୁଧବାର କିମ୍ବା ଶୁକ୍ରବାର ଦିନ ପତ୍ନୀଙ୍କୁ ବସ୍ତ୍ର ଉପହାର ଦିଅନ୍ତୁ। କାରଣ ଶାସ୍ତ୍ର ଅନୂଯାୟୀ, ମା ଲକ୍ଷ୍ମୀ ବସ୍ତ୍ରକୁ ବହୁତ ପସନ୍ଦ କରନ୍ତି ।
ବସ୍ତ୍ର ସହିତ ଅଳଙ୍କାରରେ ମଧ୍ୟ ମା ଲକ୍ଷ୍ମୀଙ୍କର ବେଶ ଆଦର ରହିଛି । ତେଣୁ ଆପଣଙ୍କ ପତ୍ନିଙ୍କୁ ଆପଣ ଅଳଙ୍କାର ଉପହାର ଦିଅନ୍ତୁ। ଫଳରେ ଆପଣଙ୍କ ପତ୍ନୀ ଆପଣଙ୍କ ଉପରେ ପ୍ରଶନ୍ନ ହେବେ । ଯାହାଦ୍ୱାରା ଆପଣଙ୍କ ଘର ସବୁ ବେଳେ ସୁଖ ସାନ୍ତିରେ ପୁରି ଉଠିବ ।

ସଧବା ର ପ୍ରତୀକ ହେଉଛି ସିନ୍ଦୁର, ଟିକିଲି ଓ ଚୁଡି । ଏହି ସବୁ ଜିନିଷ ପତ୍ନୀଙ୍କୁ ଉପହାର ଦେବା ଦ୍ବାରା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଏହି ସବୁ ଉପହାର ବ୍ୟତିତ ଏମିତି କିଛି ଖାସ ଉପହାର ରହିଛି ଯହାଦେବାପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ତାହା ହେଉଛି ପତ୍ନିଙ୍କୁ ସମ୍ମାନ ଓ ଭଲ ପାଇବା । ଏହା ଦ୍ବାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ରହିଥାଏ ।
ସବୁବେଳେ ପତ୍ନୀଙ୍କୁ ମିଠା କଥା କୁହନ୍ତୁ । ଦେଖିବେ ଏହିସବୁ ଉପହାର ଦେବା ଦ୍ୱାରା ଘରେ ଉତ୍ତମ ବାତାବରଣ ସୃଷ୍ଟି ହେବା ସହ ଜୀବନ ଆନନ୍ଦରେ ଭରିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More