Only for Entertainment

ବିବାହ ନ କରି ମା ହେଲେ ମାହି ଗିଲ ।

141

ଦେବ ଡି, ଗୁଲାଲ, ସାହେବ ବିବି ଏବଂ ଦବଙ୍ଗ ଭଳି ସୁପରହିଟ ଫିଲ୍ମର ଫ୍ରାଂଚାଇଜରେ କାମ କରିଛନ୍ତି ଅଭିନେତ୍ରୀ ମାହି ଗିଲ । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ଫ୍ୟାମିଲି ଅଫ ଠାକୁରଗଂଜ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ସୁଟିଂ ସମୟରେ ସେମାନଙ୍କ ସୁଟିଂ ସେଟରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ କିଛି ଦୁର୍ବୁତ୍ତ ଆସି କ୍ରୁ ମେମ୍ବରର ସମସ୍ତ ସଦସ୍ୟଙ୍କୁ ମାରପିଟ କରିବା ସହିତ ଜିନଷ ଭଙ୍ଗାରୁଜା କରିଥିଲେ । ଯାହାପରେ ପୋଲିସ ନିକଟକୁ କଥା ଯାଇଥିଲା, କିନ୍ତୁ ପୋଲିସ କିଛି ସହାୟତା କରିନଥିଲା ବୋଲି ସୋସାଲ ମିଡିଆରେ କ୍ରୁ ମେମ୍ବର ଜଣାଇଥିଲେ । ତେବେ ଏହି ଘଟଣା ପରେ ପରେ ଏବେ ମାହିଙ୍କୁ ନେଇ ଆସିଛି ଆଉ ଏକ କଥା । କାରଣ ହେଉଛି ମାହିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦର୍ଶକ ବିଶେଷ କିଛି ଜାଣିନାହାଁନ୍ତି । ଏହି କଥା ପରେ ଆପଣ ମଧ୍ୟ ତାଙ୍କ ବିଷୟରେ କିଛି ଜାଣିପାରିବେ ।

ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ ମାହି କିଛି କଥାର ଖୁଲାସା କରିଛନ୍ତି । ମାହିଙ୍କ କହିବା ଅନୁସାରେ ସେ ଲିଭଇନ ରିଲେସନସିପରେ ଅଛନ୍ତି ଏବଂ କିଛି ଦିନ ପରେ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଜୀବନରେ କିଛି ସ୍ପେସ ଚାହାଁନ୍ତି ଏବଂ ସ୍ୱାଧୀନତା । ତେବେ ବିବାହ କରିବା ନ କରିବା ସେମାନଙ୍କ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଉ ନଥିବା କହିଛନ୍ତି ଅଭିନେତ୍ରୀ । ଏହା ସହିତ ସେ ଆଉ ଏକ କଥାର ମଧ୍ୟ ଖୁଲାସା କରିଛନ୍ତି । ତାଙ୍କ କହିବା ମୁତାବକ ତାଙ୍କର ଅଢେଇ ବର୍ଷର ଏକ ଝିଅ ଅଛି । ଅବଶ୍ୟ ସେ ତାକୁ ଆଡପ୍ଟ କରିଛନ୍ତି ନା ଜନ୍ମ ଦେଇଛନ୍ତି ତାହା ସେ କହିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More