Only for Entertainment

ବାସନରୁ କଳାଦାଗ ସଫା କରିବାର ସହଜ ଉପାୟ ।

119

ରୋଷେଇ କରାଯାଇଥିବା କଡ଼ାଇ ଆଦିରେ ଲାଗିଥିବା ଦାଗ ଖୁବ ଜିଦିଆ । ଏହାକୁ ଛଡ଼ାଇବା ପାଇଁ ଆପଣ ବଭିନ୍ନ ଉପାୟ କରନ୍ତି କିନ୍ତୁ ଛଡ଼ାଇବା ଖୁବ କଷ୍ଟ ହୋଇଯାଏ । ଆମେ ଆପଣଙ୍କୁ କିଛି ସହଜ ଉପାୟ ବିଷୟରେ ଜଣାଇବୁ ଯାହା ଦ୍ୱାରା ଆପଣ ଅତି ସହଜରେ ବାସରୁ ଜିଦିଆ କଳା ଦାଗ ଛଡ଼ାଇ ପାରିବେ ।

ବେକିଙ୍ଗ୍‌ ସୋଡ଼ା: ପୋଡ଼ି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ୍‌ ସୋଡ଼ା ପକାଇ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ୍‌ ଗରମ ପାଣି ଢାଳନ୍ତୁ। ଏହା ପରେ ‘ବାସନମଜା’ରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ସମସ୍ତ ପୋଡ଼ା ଦାଗ ଅତି ସହଜରେ ଛାଡ଼ିଯିବା ସହ ବାସନର ଚମକ ବଜାୟ ରହିବ।

ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡ଼ି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତା’ପରେ ସେଥିରେ ଦୁଇ କପ୍‌ ଗରମ ପାଣି ଢାଳନ୍ତୁ। ବର୍ତ୍ତମାନ ଏକ ବ୍ରଶ ସାହାଯ୍ୟରେ ପୋଡ଼ା ଦାଗ ଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଦେଖିବେ ଦାଗ ଶୀଘ୍ର ଛାଡ଼ିଯିବ।

ଲୁଣ: ବାସନରୁ ପୋଡ଼ା ଦାଗ ଛଡ଼ାଇବାର ଆଉ ଏକ ଉପାୟ ହେଉଛି, ଏପରି ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପ୍ରଥମେ ପୋଡ଼ି ଯାଇଥିବା ବାସନରେ ପାଣିକୁ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଧୀରେ ଧୀରେ ପୋଡ଼ା ଦାଗ ଉପରେ ଘଷନ୍ତୁ। ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, ବାସନରୁ ପୋଡା ଦାଗ ଭଲ ଭାବେ ଛାଡ଼ିଯିବ।

ଟମାଟୋ ସସ୍: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ସସ୍‌ ଖୁବ୍‌ ଦରକାରୀ। ଏଥିପାଇଁ ପୋଡ଼ି ଯାଇଥିବା ବାସନରେ ଟମାଟୋ ସସ୍‌ ଓ ପାଣି ମିଶାଇ ଫୁଟାନ୍ତୁ। ତା’ପରେ ଏହାକୁ ଅଳ୍ପ ଘଷି ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ହଜରେ ପୋଡ଼ା ଦାଗ ଛାଡ଼ିଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More