Only for Entertainment

ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ମଲାଲର ଆଉ ଏକ ଗୀତ ‘ଉଢାଲ୍ ହୋ’ ରିଲିଜ

Hindustan Times
48

ଫିଲ୍ମ ମେକର୍ ସଂଜୟ ଲୀଲା ଭଂଶାଲୀ ବଲିଉଡରେ ଲଂଚ କରିଛନ୍ତି ଏକ ନୂଆ ଯୋଡି । ନୂଆ କଳାକାରଙ୍କୁ ନେଇ ଭଂଶାଲୀ ପ୍ରଡକ୍ସନ୍ ଭେଟି ଦେବାକୁ ଯାଉଛି ରୋମାଂଟିକ୍ ଚଳଚ୍ଚିତ୍ର ମଲାଲ୍ । ଫିଲ୍ମରେ ଭଂଶାଲୀ ନିଜ ଝିଅରି ଶର୍ମିଣୀ ସେହଗଲଙ୍କୁ ଲଂଚ୍ କରିଛନ୍ତି । ଏହାଛଡା ନାୟକ ଭାବେ ନବାଗତ ଷ୍ଟାର୍ ଅଭିନେତା ଜାବେଦ୍ ଜାଫ୍ରିଙ୍କ ପୁଅ ମୀଜାନଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ଏହି ଅପକମିଂ ଫିଲ୍ମର ଆଉ ଏକ ଗୀତ ମୁକ୍ତିଲାଭ କରିଛି ।

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ମଲାଲର ଆଉ ଏକ ଗୀତ ମୁକ୍ତିଲାଭ କରିଛି । ଗୀତର ଟାଇଟେଲ୍ ରହିଛି ‘ଉଢାଲ୍ ହୋ’ । ଏହି ଜବରଦସ୍ତ ଗୀତରେ ଫିଲ୍ମର ଲିଡ୍ ମିଜାନ୍ ଓ ଶର୍ମିନ୍ ସେହଗଲଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ମଲାଲ୍ ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ମିଜାନ୍ ଜାଫ୍ରି ଓ ଶର୍ମିନ୍ ସେହଗଲ୍ । ଏହି ଗୀତରେ ସ୍ଥାନ ପାଇଛି ଆଦର୍ଶ ସିନେ୍ଧଙ୍କ ଜବରଦସ୍ତ ଗାୟିକୀ । ସଂଜୟ ଲୀଲା ଭଂଶାଲୀଙ୍କ ସଙ୍ଗୀତରେ ଏହି ଗୀତର ଲିରିକ୍ସ ଦେଇଛନ୍ତି ପ୍ରଶାନ୍ତ ଇଂଗୋଲେ । ଚଳଚ୍ଚିତ୍ର ମଲାଲର ପ୍ରଯୋଜନା କରିଛନ୍ତି ସଂଜୟ ଲୀଲା ଭଂଶାଲୀ ଓ ଭୂଷଣ କୁମାର୍ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ମଙ୍ଗେଶ ହାଡାୱାଲେ । ଏହି ସିନେମାଟି ମୁମ୍ବାଇ ଚଲ୍ର ଏକ ସାଧାରଣ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ।

ଶିବା ଓ ଆସ୍ଥା । ପରସ୍ପରଠାରୁ ପୁରା ଭିନ୍ନ । ଶିବା ଗୁଣ୍ଡା ଗର୍ଦି କରିବା, ମାରପିଟ୍ କରିବାରେ ବ୍ୟସ୍ତ । ଆଉ ଆସ୍ଥା, ସାଧାରଣ ଝିଅ ପାଠ ପଢାରେ ଭଲ ଆଉ ସ୍ୱାଭିମାନୀ । ହେଲେ ଯେତେବେଳେ ଏମାନଙ୍କ ଭିତରେ ହୁଏ ଭେଟ, ପ୍ରଥମେ ଟକରାର୍ ପରେ ପ୍ୟାର୍ରେ ପରିଣତ ହୁଏ ଏମାନଙ୍କ ସମ୍ପର୍କ । ଏମିତି ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ମଲାଲ୍ ୨୮ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More