Only for Entertainment

ବଲିଉଡରେ ଖଳନାୟକଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲେ ଅମରେଶ ପୁରୀ ।

bollywood tadka
0 54

ବଲିଉଡରେ ଅମରେଶ ପୁରୀଙ୍କୁ ଜଣେ ଏଭଳି ଅଭିନେତା ଭାବରେ ମନେ ପକାଯାଏ ଯିଏ ନିଜର କଡ଼ା କଣ୍ଠ,ନିଜର ଗାରିମା ଏବଂ ଅଭିନୟ ବଳରେ ଖଳନାୟକଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲେ । ରଂଗମଂଚରୁ ଫିଲ୍ମ ପରଦା ପର୍ଯ୍ୟନ୍ତ ଅମରେଶ ପୁରୀ ପ୍ରାୟ ୩ ଦଶକରେ ପାଖାପାଖି ୨୫୦ ଫିଲ୍ମରେ ଅଭିନୟ କରିଥିଲେ । ଆଜିର ଦିନରେ କେତେକ କଳାକାର ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେବା ପରେ ଅଭିନୟରେ ପାଦ ଦେଉଛନ୍ତି କିନ୍ତୁ ଅମରେଶ ନିଜେ ଜଣେ ଜୀବନ୍ତ ପ୍ରଶିକ୍ଷକ ଥିଲେ ।

ପଂଜାବର ନୈଶେରା ଗାଁରେ ୨୨ ଜୁନ ୧୯୩୨ରେ ଜନ୍ମ ହୋଇଥିବା ଅମରେଶ ପୁରୀ ନିଜ କ୍ୟାରିଅରର ଆରମ୍ଭ ଶ୍ରମ ମନ୍ତ୍ରାଳୟରୁ ଚାକିରୀ କରି କରିଥିଲେ । ଏହା ସହିତ ନାଟକରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ । ଏହାପରେ ପୃଥ୍ୱୀରାଜ ଥିଏଟରରେ ନିଜର ପରିଚୟ ସୃଷ୍ଟ କରିଥିଲେ । ସେ ହିମାଚଳ ପ୍ରଦେଶର ସିମଲାରେ ବିଏ ପାସ କରିଥିଲେ । ସେହି ସମୟରେ ତାଙ୍କ ଭାଇ ମଦନପୁରୀ ବଲିଉଡ ଫିଲ୍ମରେ ଖଳନାୟକ ଭାବରେ ନିଜର ପରିଚୟ ସୃଷ୍ଟି କରି ସାରିଥିଲେ ।
୧୯୫୪ରେ ସେ ପ୍ରଥମେ ଫିଲ୍ମ ପାଇଁ ସ୍କିନ ଟେଷ୍ଟରେ ସଫଳ ହୋଇ ନଥିଲେ । ସେ ୪୦ ବର୍ଷ ବୟସରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ବମ୍ବେ ଟକିଜରେ ପାଦ ଦେବା ପରେ ତାଙ୍କ ବଡ଼ ବଡ଼ ଫିଲ୍ମର ଅଫର ମିଳିବା ଆରମ୍ଭ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More