Only for Entertainment

ମାନୁଷୀ ଛିଲ୍ଲରଙ୍କ ହାତକୁ ଆସିଲା ବଡ ଫିଲ୍ମ, ରଣବୀର ସିଂଙ୍କ ସହିତ କରିବେ ରୋମାନ୍ସ

Uttarpradesh
23

ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ବଲିଉଡ ଡେବ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳିଛି ଯେ, ମାନୁଷୀ ୟଶରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟରେ ରଣବୀର ସିଂଙ୍କ ସହିତ ନଜର ଆସିପାରନ୍ତି । ଖବର ଅନୁସାରେ ରଣବୀର ଏବଂ ମାନୁଷୀଙ୍କୁ ୟଶରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟ ପାଇଁ ଫାଇନାଲ କରାଯାଇଛି । ଏହି ଫିଲ୍ମକୁ ମନୀଷ ଶର୍ମା ନିର୍ଦ୍ଦେଶନା ଦେବେ । ଫିଲ୍ମର ସୁଟିଂ କିଛି ଦିନ ପରେ ଆରମ୍ଭ ହେବ କାରଣ ଏହି ଦୁଇ କଳାକାର ଏବେ ନିଜ ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

manushi and ranveer

ଆଉ ଏକ ରିପୋର୍ଟ ଅନୁସାରେ ୟୁଶରାଜ ଫିଲ୍ମର ଏହି ପ୍ରୋଜେକ୍ଟ ପାଇଁ ମାନୁଷୀଙ୍କୁ ରଣବୀରଙ୍କ ସହିତ ପେୟାର କରାଯାଇଛି ସତ କିନ୍ତୁ ମାନୁଷୀ ଫରାହ ଖାନଙ୍କ ଫିଲ୍ମରୁ ବଲିଉଡ ଡେବ୍ୟୁ କରିବେ । ଖବର ଅନୁସାରେ ଫରାହ ଖାନଙ୍କ ଏହି ଫିଲ୍ମରୁ ରୋହିତ ସେଟ୍ଟୀ ପ୍ରଡ୍ୟୁସ କରିବେ ।

କହିରଖୁଛୁ ଯେ, ମାନୁଷୀ ଏବଂ ରଣବୀର ସିଂ ନିକଟରେ ଏକ କମର୍ସିଆଲରେ ଏକା ସହିତ ନଜର ଆସିଥିଲେ । ଏହି କମର୍ସିଆଲରେ ଦୁହିଁଙ୍କ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏବେ ଦେଖିବାକୁ ବାକି ରହିଲା ବଡ ପରଦାରେ ଦୁହିଁଙ୍କୁ ଯୋଡି କ’ଣ କମାଲ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More