Only for Entertainment

ବିଗିଡ଼ିଲା ବଲିଉଡର ପ୍ରସିଦ୍ଧ ଗୀତିକାରଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

bollywood tadka
45

ବଲିଉଡର ପ୍ରସିଦ୍ଧ ଗୀତିକାର ଓ ପଦ୍ମ ଭୂଷଣରେ ସମ୍ମାନିତ ମହମ୍ମଦ ଜହୁର ଖୟାମଙ୍କର ସ୍ୱାସ୍ଥ୍ୟବସ୍ଥା କିଛି ଦିନ ହେବ ଅସୁସ୍ଥ ହୋଇ ପଡ଼ିଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି , ଯେଉଁଥିପାଇଁ ତାଙ୍କୁ ସୁଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ଅଛନ୍ତି ବୋଲି ପାରିବାରିକ ସୁତ୍ରରୁ ଜଣାପଡିଛି ।

ଗୀତିକାର ଖୟୟାମଙ୍କର ଜଣେ ବନ୍ଧୁଙ୍କ କହିବା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅବଶ୍ୟ କେବେ ସୁସ୍ଥ ହୋଇ ଘରକୁ ଫେରିବେ ତାହା ଜଣାପଡ଼ି ନାହିଁ । ଚିକିତ୍ସା ଜାରି ରହିଛି ।

ଖୟୟାମ “ତ୍ରିଶୁଳ” , “ନୁରୀ” ତଥା “ଶୋଲା ଏବଂ ଶବନମ” ଭଳି ଫିଲ୍ମ ପାଇଁ ବେଶ୍ ଜଣାଶୁଣା । ମହମ୍ମଦ ଜଦୁର ଖାୟୟାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ କ୍ଲାସିକାଲରେ ନିଜ ସଂଗୀତର ଜାଦୁ ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More