Only for Entertainment

ମା’ର ମମତା ସାମ୍ନାରେ ହାର ମାନିଲା ପରିସ୍ଥିତି, ୩ ପିଲାଙ୍କ ମୁହଁରେ ଦାନା ଦେବା ପାଇଁ ଲଣ୍ଡା ହେଲା ମା, ଆଉ ମାତ୍ର ୧୫୦ ଟଙ୍କାରେ..

dainik bhaskar
40

ତାମିଲନାଡୁରେ ୩୧ ବର୍ଷୀୟ ଜଣେ ମା ତାଙ୍କର ତିନି ପିଲାଙ୍କ ମୁହଁରେ ଦାନା ଦେବା ପାଇଁ ଲଣ୍ଡା ହୋଇଛନ୍ତି । ଆଜ୍ଞା ହଁ କେଶକୁ ୧୫୦ ଟଙ୍କାରେ ବିକ୍ରି କରି ମହିଳା ଜଣକ ଖାଦ୍ୟ କିଣିଲେ ଏବଂ ପିଲାଙ୍କୁ ଖୁଆଇଲେ । ଏହି ମହିଳାଙ୍କ ନାମ ପ୍ରେମା । ୭ ମାସ ପୂର୍ବରୁ ତାଙ୍କ ପତି ଆତ୍ମହତ୍ୟା କରିଥିଲେ । ସେହି ଦିନଠାରୁ ତାଙ୍କର ଆର୍ଥିକ ପରିସ୍ଥିତି ବିଗିଡ଼ି ଯାଇଛି ।

ଏହି ଘଟଣା ଗତ ଶୁକ୍ରବାରର । କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରେମା ମିଡିଆ ସହିତ କଥା ହେବା ସମୟରେ କହିଛନ୍ତିଯେ, ତାଙ୍କର ତିନି ପିଲା ଉପବାସରେ ଥିଲେ ଏବଂ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ସେ ପଡ଼ୋଣୀ ଏବଂ ସଂପର୍କୀୟଙ୍କୁ ସହାୟତା ମାଗିଲେ, କିନ୍ତୁ କେହି ମଧ୍ୟ ସହାୟତାର ହାତ ବଢାଇଲେ ନାହିଁ । ସେହି ଦିନ ଜଣେ କେଶ କିଣୁଥିବା ବ୍ୟକ୍ତି ଗଳି ବାଟ ଦେଇ ଯାଉଥିଲା । ତା’ର ସ୍ୱର ଶୁଣି ପ୍ରେମା ଝୁମ୍ପୁଡ଼ି ଘରୁ ବାହାରକୁ ଦୌଡ଼ି ଗଲେ ଓ ସମସ୍ତ କେଶକୁ କାଟି ବିକ୍ରି କରିଦେଲେ । ୧୦୦ ଟଙ୍କାରେ ପିଲାଙ୍କ ପାଇଁ ଖାଦ୍ୟ କିଣିଲେ । ଏହାପରେ ପାଖରେ ଥିଲା ମାତ୍ର ୫୦ ଟଙ୍କା, ଆଉ ଦାରିଦ୍ର୍ୟର ଜ୍ୱାଳା ସହି ନପାରି ଦୋକାନକୁ ବାହାରିଗଲେ ବିଷ ଆଣିବା ପାଇଁ । ଦେକାନୀ ବୋଧହୁଏ ବୁଝିଗଲା, ତେଣୁ ସେ ବିଷ ଦେବା ପାଇଁ ମନା କରିଦେଲା । ଏହାପରେ ପ୍ରେମା ବିଷାକ୍ତ ଗଛର ପତ୍ର ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ,କିନ୍ତୁ ତାଙ୍କ ଭଉଣୀ ଅଟକାଇ ଦେଲେ ।

ପ୍ରେମାଙ୍କ ଏହି ପରିସ୍ଥିତି ବିଷୟରେ ଜାଣି ଜଣେ ଗ୍ରାଫିକ ଡିଜାଇନର ଏହାକୁ ସୋସିଆଲ ମିଡିଆରେ ଶେୟାର କଲେ । କ୍ରାଉଡ ଫଣ୍ଡିଂ ଜରିଆରେ ମହିଳାଙ୍କୁ ୧,୪୫ ଲକ୍ଷର ସହାୟତା ମିଳିଲା । ଏହା ସହିତ ରାଜ୍ୟ ସରକାରଙ୍କୁ ତରଫରୁ ବିଧବା ଭତ୍ତା ଦେବା ପାଇଁ ଆଶ୍ୱସନା ମିିଳିଲା । ଏବେ ପ୍ରେମା କାମ କରି ପିଲାଙ୍କୁ ବଢାଇବେ ବୋଲି ଠାଣି ନେଇଛନ୍ତି । କହିରଖୁଛୁ ନିଜ ଉପରେ ଧାର କରଜ ଥିବାରୁ ପ୍ରେମାଙ୍କ ପତି ଆତ୍ମହତ୍ୟା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More