Only for Entertainment

ଦବଙ୍ଗ ଥ୍ରିରେ ଏହି ଚରିତ୍ରରେ ନଜର ଆସିବେ ମୌନି ରୟ ।

Hindustan Times
0 46

ଲମ୍ବା ସମୟର ଅପେକ୍ଷା ପରେ ଶେଷରେ ଫିଲ୍ମ ନିର୍ମାତାକୁ ଦବଙ୍ଗ ଥ୍ରିର ନାୟିକା ମିଳିଯାଇଛନ୍ତି । ସୋନାକ୍ଷୀଙ୍କ ପରେ ମୌନି ରୟ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଚର୍ଚ୍ଚା ରହିଛି ।

ଟିଭିରେ ନାଗିନ ସିରିଅଲରୁ ଏହି ଇଣ୍ଡଷ୍ଟ୍ରିର ଟପ ହିରୋଇନ ହେବା ପରେ ଏବେ ମୌନି ରୟ ବଲିଉଡରେ ଖୁବ ଆକ୍ଟିଭ ହୋଇ ଯାଇଛନ୍ତି । ବଲିଉଡର ଆଗାମୀ ଫିଲ୍ମ ଗୋଲ୍ଡ ଏବଂ ବ୍ରହ୍ମାସ୍ତ୍ର ପରେ ମୌନି ରୟଙ୍କୁ ସଲମାନଙ୍କ ଫିଲ୍ମ ଦବଙ୍ଗ ଥ୍ରିରେ ବ୍ରେକ ମିଳିଯାଇଛି । ଏକ ମିଡିଆ ରିପୋର୍ଟ ଅନୁସାରେ ମୌନି ରୟ ଦବଙ୍ଗ ଥ୍ରିରେ କେମିଓ ଚରିତ୍ରରେ ନଜର ଆସିବେ । ସେଥିରେ ସେ ସଲମାନଙ୍କ ପୁରୁଣା ପ୍ରେମିକା ଭାବରେ ଅଭିନୟ କରିବେ । ଏହି ସିକ୍ୱେନ୍ସ ପ୍ରାୟ ୧୫ରୁ ୨୦ ମିନିଟର ହେବ ।

ମୌନିଙ୍କୁ ସଲମାନଙ୍କ ଖୁବ ନିକଟତର କୁହାଯାଏ । ପାର୍ଟି ଠାରୁ ଆରମ୍ଭ କରି ଟିଭି ଶୋ ପର୍ଯ୍ୟନ୍ତ ମୌନିଙ୍କୁ ସଲମାନଙ୍କ ସହିତ ଦେଖିବାକୁ ମିଳିଥାଏ । ତେଣୁ କୁହାଯାଉଥିଲାଯେ ମୌନି ସଲୁଙ୍କ ଫିଲ୍ମରେ ଡେବ୍ୟୁ କରିବେ । କିନ୍ତୁ ଏହା ପୂର୍ବରୁ ସେ ଅକ୍ଷୟଙ୍କ ଫିଲ୍ମ ଗୋଲ୍ଡରେ ସାଇନ କରିଥିଲେ । ତେବେ ଦେଖାଯିବ ମୌନି ବଲିଉଡରେ କିଭଳି ଲୋକପ୍ରିୟତା ହାସଲ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More