ଲିଭର ଖରାପ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ପରିବର୍ତ୍ତନ ।
ଲିଭର ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯଦି ଏତଇରେ କୌଣସି ପ୍ରକାରର ଇନଫେକସନ ଦେଖାଦିଏ ତେବେ ଶରୀରରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଯାଏ । ଆମ ଦେଶର ଅଧିକାଂଶ ଲୋକଙ୍କର ଲିଭର ସମସ୍ୟା ଦେଖାଦିଏ । ତେବେ ଏହି ରୋଗ ଏହା କେବଳ ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସୀମିତ ନାହିଁ । ଏହା ଏବେ କମ ବୟସର ଲୋକଙ୍କ ନିକଟରେ ମଧ୍ୟ ଦେଖାଯାଉଛି । ଏହା ଖୁବ କମ ଲୋକ ଜାଣନ୍ତିଯେ ଲିଭର ୮୦ ପ୍ରତିଶତ ଖରାପ ହେବା ସମୟକୁ ଏହାର ଲକ୍ଷଣ ଜଣାପଡ଼େ । ତେବେ ଚାଲନ୍ତୁ ଜାଣିବା ଲିଭର ଖରାପ ହେଲେ କେଉଁ ପ୍ରକାରର ଲକ୍ଷଣ ଦେଖାଯାଏ ।
ଲିଭର ଖରାପ ହେଲେ ପ୍ରଥମେ ଆଖି,ନଖ,ତ୍ୱଚା ଏବଂ ରଙ୍ଗ ହଳଦିଆ ହୋଇଯାଏ । ଏହା ସହିତ ପରିଶ୍ରାର ରଙ୍ଗ ମଧ୍ୟ ହଳଦିଆ ହୋଇଯାଏ ।
ବ୍ୟକ୍ତିକୁ ବମିଟିଙ୍ଗ ହୁଏ ଏବଂ ସେଥିରେ ବ୍ଲଡ କ୍ଲଡ ହୋଇପଡ଼େ ।
ପେଟର ତଳ ଅଂଶରେ କଷ୍ଟ ହୋଇଥାଏ । ଲିଭରର ଅଧିକ କାମ ବଢିଯିବା ପରେ ଏହି ସମସ୍ୟା ଦେଖାଦେଇଥାଏ । ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।
ରୋଗୀକୁ ନିଦ କମ ହୋଇଥାଏ ।
ଜ୍ୱର ଆସିଥାଏ ।
ଖାଦ୍ୟ ଖାଇଲେ ମଧ୍ୟ ସ୍ୱାଦ ଅନୁଭବ ହୋଇନଥାଏ ।
ମୁହଁରୁ ଗନ୍ଧ ବାହାରେ ।