Only for Entertainment

ସଲମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ମୈାନୀ ରୟ ।

youtube
0 58

ଟେଲିଭିଜନର ‘ନାଗିନ’ ଭୁମିକାରେ ବେଶ ପରିଚିତ ମୈାନି ରାୟ ଏବେ ବିିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଛନ୍ତି । ୧୫ ଅଗଷ୍ଟରେ ବଲିଉଡରେ ତାଙ୍କ ଡେବ୍ୟୁ ଫିଲ୍ମ ‘ଗୋଲ୍ଡ’ ରିଲିଜ ହେବା ଯାଉଛି । ଛୋଟ ପରଦା ପରେ ବଡ ପରଦାକୁ ଏଂଟ୍ରି କରିଥିବା ମୈାନିଙ୍କୁ ନେଇ ମିଡିଆରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ବଳିଉଡରେ ପ୍ରବେଶ କରିବା ପାଇଁ ମୌନିଙ୍କୁ ସଲମାନ ସାହାଯ୍ୟ କରିଥିବା ଗୁଜବ ଉଠୁଛି । ତେବେ ଏହି ସମସ୍ତ କଥାକୁ ଖଣ୍ଡନ କରିଛନ୍ତି ନିଜେ ମୌନି ।

ବର୍ତ୍ତମାନ ମୈାନି ତାଙ୍କ ଫିଲ୍ମ ‘ଗୋଲ୍ଡ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଏକ ଇଣ୍ଟରଭିୟୁ ଜରିଆରେ ନିଜେ ଏ କଥାର ଖୁଲାସା କରିଛନ୍ତି ଯେ, ବଲିଉଡରେ ସେ ଡେବ୍ୟୁ କରିବା ପଛରେ ସଲମାନଙ୍କର କୌଣସି ହାତ ନାହିଁ । ଏଭଳି ଖବର ସବୁ ସେ ଅତ୍ୟନ୍ତ ମର୍ମାହତ ହୋଇଥିବା କଥା ପ୍ରକାଶ କରିଛନ୍ତି ।

ମୈାନି ଏହା ମଧ୍ୟ କହିଛନ୍ତିଯେ, ମୋର ଅଭିନୟ କରିବାର ୧୦ବର୍ଷ ବିତିଗଲାଣି, ଏବଂ ମୁଁ ମଧ୍ୟ ନିଜେ ଏକ ବଙ୍ଗାଳୀ ପରିବାରୁ ଆସିଛି, ତେବେ ମୋ ପକ୍ଷେ କ’ଣ ବଙ୍ଗାଳୀ ମହିଳାଙ୍କ ଭୂମିକାରେ ଅଭିନୟ କରିବା କଷ୍ଟକର? ଏ କଥା ମୋତେ ବହୁତ କଷ୍ଟ ଦିଏ ଯେ, ଲୋକମାନେ ମୋ ସମ୍ପର୍କରେ ଏଭଳି ଭାବୁଛନ୍ତି ବୋଲି । ଫିଲ୍ମ ‘ଗୋଲ୍ଡ’ରେ ମୌନୀ ଏକ ବଙ୍ଗାଳୀ ଭୂମିକାରେ ନଜର ଆସିବେ ।

ଏକ ଇଂଟରଭ୍ୟୁରେ ମୌନି ଏହା ମଧ୍ୟ କହିଛନ୍ତିଯେ ମୁଁ କେବେ କୌଣସି ପବ୍ଲିସିଟି ପାଇଁ ସଲମାନ ସାର୍ଙ୍କ ନାମ ନେବା ଦେଖିଛନ୍ତି କି? ମୁଁ ପିଲାଦିନରୁ ତାଙ୍କର ଜଣେ ଫ୍ୟାନ, ସେଥିପାଇଁ ମୁଁ ତାଙ୍କର ସମସ୍ତ ଫଟୋ ଓ ପୋଷ୍ଟ ସମ୍ଭାଳି ରଖିଛି, କିନ୍ତୁ କେବେ ମଧ୍ୟ ତାଙ୍କ ନାମ ସହିତ ନିଜ ନାମ ଯୋଡି ନାହିଁ । ଏହା ସହିତ କହିଛନ୍ତିଯେ ସଲମାନ ଖାନ୍ଙ୍କ ପ୍ରଡକ୍ସନ ହାଉସରୁ ଆଜି ପର୍ଯ୍ୟନ୍ତ ମୋତେ ଗୋଟିଏ ମଧ୍ୟ ଫୋନ କଲ୍ ଆସିନାହିଁ, କିନ୍ତୁ ଲୋକମାନେ ମୋ ନାମ ତାଙ୍କ ସହିତ ଯୋଡିବାରେ ଲାଗିଛନ୍ତି ।

ଏଠାରେ ଆପଣଙ୍କୁ ଜଣାଇ ଦେଉଛୁଯେ, ମୌନି ରୟ ଅଭିନେତା ସଲମାନଙ୍କ ସହ ବିଗ ବସ୍ ୧୧ରେ ପ୍ରଥମଥର ଷ୍ଟେଜ ପ୍ରର୍ଫମାନ୍ସ କରିଥିଲେ । ସେହି ଦିନଠାରୁ ମିଡିଆରେ ଖବର ଶୁଣିବାକୁ ମିଳୁଛିଯେ ମୌନିଙ୍କ ବଲିଉଡରେ ଡେବ୍ୟୁ କରିବା ପଛରେ ସଲମାନ ଖାନଙ୍କ ହାତ ରହିଛି, କିନ୍ତୁ ଏହା ସମ୍ପର୍କରେ ସମସ୍ତ କଥା ମିଥ୍ୟା ବୋଲି ନିଜେ ମୋନି ରୟ ଏକ ଇଣ୍ଟରଭିୟୁ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ମୌନି ଗୋଲ୍ଡରେ ଅକ୍ଷୟଙ୍କ ସହିତ ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More