ଫିଲ୍ମ ଗୋଲ୍ଡ’ରେ ଡେବ୍ୟୁ କରିଥିବା ମୋନି ରୟ ଏବେ ବ୍ରହ୍ମାସ୍ତ୍ର ଫିଲ୍ମରେ ବ୍ୟସ୍ତ ଅଛନ୍ତି । କୁହାଯାଉଥିଲା ଯେ ଗୋଲ୍ଡ’ ମୋନିଙ୍କ ଡେବ୍ୟୁ ଫିଲ୍ମ । କିନ୍ତୁ ଏବେ କିଛି ଏଭଳି ଖବର ଶୁଣିବାକୁ ମିଳିଛି ଯେ, ମୋନି ୧୪ବର୍ଷ ପୂର୍ବେ ୨୦୦୪ରେ ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ରନ’ରେ କାମ କରିଥିଲେ ।
ଫିଲ୍ମରେ ତାଙ୍କର ଛୋଟ ଭୁମିକା ଥିଲା । ଏଥିରେ ସେ ଗୀତ ଆରମ୍ଭର କିଛି ଦୃଶ୍ୟରେ ନଜର ଆସିଛନ୍ତି । ମୋନି ଅଡିସନ ଦେଇ ଏହି ଫିଲ୍ମରେ ଭୂମିକା ହାସିଲ କରିଥିଲେ କିନ୍ତୁ ଏବେ ସେ ଏହି ସମ୍ପର୍କରେ କିଛି କହିବା ପାଇଁ ରାଜି ନୁହଁନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ରନରେ ଭୁମିକା ଚାୱଲା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଯଦିଓ ମୋନି ଏକତା କପୂରଙ୍କ ସୁପରନ୍ୟାଚୁରାଲ ଶୋ ନାଗୀନରୁ ଫେମସ ହୋଇଥିଲେ କିନ୍ତୁ ଏହା ପୂର୍ବରୁ ସେ ଏକତାଙ୍କ ସିରିୟଲ ‘କ୍ୟୁଁ କି ଶାଶ ଭି କଭି ବହୂ ଥି’ ରେ ଅଭିନୟ କରିଥିଲେ, ଯେତେବେଳେ ସେ ସ୍ମୃତି ଈରାନୀଙ୍କ ସ୍ଥାନ ହାସଲ କରିଥିଲେ ।