Only for Entertainment

ଫିଲ୍ମ ଫ୍ରାଇଡେ: ‘ପଲଟନ’ ଏବଂ ‘ଲୈଲା ମଜନୁ’ ସହିତ ରିଲିଜ ହୋଇଛି ଆଉ ଦୁଇଟି ଫିଲ୍ମ ।

ABP News
0 39

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଚାରୋଟି ଫିଲ୍ମ । ସେଥିମଧ୍ୟରୁ ୩ଟି ବଲିଉଡ ଏବଂ ଗୋଟିଓ ହଲିଉଡ ଫିଲ୍ମ । ସେଦୁଡିକ ହେଉଛି ‘ପଲଟନ’, ‘ଲୈଲା ମଜନୁ’, ‘ଗଲି ଗୁଲିୟାଁ’ ଏବଂ ‘ଦ ନନ’ ।

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ୱାର୍ ଡ୍ରାମା ଫିଲ୍ମ ପଲଟନ୍ । ୧୯୬୨ରେ ଭାରତ ଚୀନ୍ ଠାରୁ ଶୀମାରେ ଯୁଦ୍ଧ ହାରିବା ପରେ ୧୯୬୭ ମସିହାରେ ନାଥୁଲାରେ ଚୀନ୍ ସେନାଠାରୁ ବଦଲା ନିଏ ଭାରତୀୟ ସେନା । ସୀମାରେ କିଭଳି ଚୀନ୍ ସେନା ଓ ଭାରତୀୟ ସେନା ମଧ୍ୟରେ ଝଗଡା ହୁଏ, ତାହା ଦେଖିବାକୁ ମିଳିଛି ଏହି ଫିଲ୍ମରେ । ବର୍ଡର୍ ଓ ଏଲଓସି କାର୍ଗିଲ୍ ପରେ ପୁଣିଥରେ ଏକ ଦେଶାତ୍ମବୋଧ କାହାଣୀ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ଜେପି ଦତା । ଭାରତୀୟ ସୈନିକଙ୍କ ପଲଟନ୍ ସୀମାରେ କିଭଳି ଯୁଦ୍ଧ କରୁଛନ୍ତି ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ଭାରତୀୟ ସେନାର ଯବାନ ଭାବେ ନଜର ଆସିବେ ଅର୍ଜୁନ ରାମପାଲ୍, ସୋନୁ ସୁଦ୍, ଗୁରମିତ୍ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ, ଜ୍ୟାକି ଶ୍ରଫ୍ ଏବଂ ସିଦ୍ଧାର୍ଥ କପୁର୍ ଆଦି କଳାକାର । ଏମାନଙ୍କ ବ୍ୟତୀତ ଲଭ୍ ସିହ୍ନା, ଇଷା ଗୁପ୍ତା, ସୋନାଲ୍ ଚୋହ୍ୱାନ୍, ଦୀପିକା କକ୍କର୍ ଏବଂ ମୋନିକା ଗିଲ୍ ଆଦି ଷ୍ଟାର୍ ଅନ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହି ୱାର୍ – ଡ୍ରାମା ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଜେପି ଦତା । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅନୁ ମଲ୍ଲିକ୍ । ଆକର୍ଷଣୀୟ ତିନୋଟି ଗୀତକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଯାହା ଫିଲ୍ମର କରିଛି ଆହୁରି ଏଂଟରଟେନିଂ ।

ଏହି ସିନେମା ବ୍ୟତୀତ ପରଦାକୁ ଆସିଛି ଇମତିଆଜ୍ ଅଲ୍ଲିଙ୍କ ‘ଲୈଲା ମଜନୁ’ । ଇମତିଆଜ୍ ଅଲ୍ଲି ଓ ଏକତା କପୁରଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସାଜିଦ୍ ଅଲ୍ଲି । ଫିଲ୍ମଟି ଆଧୁନିକ ଯୁଗର ଲୈଲା ମଜନୁଙ୍କ କାହାଣୀ ଉପରେ ଗତିଶୀଳ ହୋଇଛି । କାଶ୍ମିରର ଏକ ପ୍ରେମ କାହାଣୀକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ସିନେମାରେ ଲିଡ୍ ରୋଲରେ ଅଭିନାଷ ତିୱାରି ଓ ତ୍ରିପ୍ତି ଡିମରିଙ୍କୁ ଲିଡରୋଲରେ ଦେଖିବାକୁ ମିଳିଛି ।

ଏହି ଦୁିଟି ସିନେମା ବ୍ୟତିତ ମନୋଜ ବାଜପେୟୀଙ୍କ ଫିଲ୍ମ ‘ଗଲି ଗୁଲୁୟାଁ’ ମଧ୍ୟ ରିଲିଜ ହୋଇଛି । ଏହି ଫିଲ୍ମକୁ ରିଲିଜ ପୂର୍ବରୁ ୨୦ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ପ୍ରଦର୍ଶିୀତ କରାଯାଇଥିଲା । ଏହି ମନୋବିଜ୍ଞାନିକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦୀପେଶ ଜୈନ । ଫିଲ୍ମରେ ମନୋଜ ବାଜପେୟୀଙ୍କ ବ୍ୟତିତ ନୀରଜ କବି, ରଣବୀର ଶୌରୀ, ଶହାନା ଗୋଶ୍ୱାମୀ, ଅଶ୍ୱଥ ଭଟ୍ଟ, ଅରବାଜ ଖାନ ଏବଂ ଓମ ସିଂ ପରି କଳାକାର ନଜର ଆସିଛନ୍ତି ।

ଏହି ତିନୋଟି ହିନ୍ଦୀ ଫିଲ୍ମ ବ୍ୟତିତ ବକ୍ସ ଅଫିସରେ ଆଜି ହଲିଉଡ ଫିଲ୍ମ ‘ଦ ନନ’ ମଧ୍ୟ ରିଲିଜ ହୋଇଛି । ଏହି ଫିଲ୍ମ ଇଂଗ୍ରାଜୀ, ହିନ୍ଦୀ, ତେଲଗୁ ଏବଂ ତାମିଲ ଭାଷାରେ ରିଲିଜ ହୋଇଛି । କୋରିନ ହାର୍ଡୀ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଜେମ୍ସ ବାନ ଏବଂ ପିଟର ସଫ୍ରାନ । ‘ଦ କଞ୍ଜୁରିଂ’ ଫ୍ରାଞ୍ଚାଇଡ ଏହାକୁ ନିର୍ମାଣ କରିଛନ୍ତି । ଏହି ହରର ଫିଲ୍ମରେ ଡେମିୟନ ବିଚିର, ତାଝସା ଫାର୍ମିଗ, ଜୋନାସ ବ୍ଲୋକେଟ, ଶର୍ଲୋଟ ହୋପ, ଇଂଗ୍ରୀଡ ବିସୁ ଏବଂ ବୋନି ଆରନ୍ସ ପରି କଳାକାର ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More