Only for Entertainment

ତମ୍ବାଖୁ ସେବନ ବେଳେ ଧରା ପଡ଼ିଲେ ଶାହିଦ,ଖୁବ ଭାଇରାଲ ହେଉଛି ଭିଡ଼ିଓ ।

punjab kesari
0 35

ପାକିସ୍ତାନର ପୂର୍ବ କ୍ରିକେଟର ଶାହିଦ ଅଫରିଦୀ ଯେଉଁ ଅନ୍ଦାଜରେ ଜୀବନ ବିତାଉଛନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ ଯେତେବେଳେ ଆପଣ ଜାଣିବାକୁ ପାଇବେଯେ ମହଙ୍ଗା କାର୍ରେ ଯିବା ଆସିବା କରୁଥିବା ଏବଂ ଶାହି ଖାଦ୍ୟ ଖାଉଥିବା ଶାହିଦ ଅଫରିଦୀ ତମ୍ବାଖୁ ମଧ୍ୟ ସେବନ କରନ୍ତି, ତେବେ ଆପଣ କ’ଣ ଭାବିବେ? ସୋସିଆଲ ମିଡିଆରେ ଶାହିଦ ଅଫରିଦୀଙ୍କର ସେହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ ତମ୍ବାଖୁ ସେବନ କରୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ହୋଇଛି ।

ଗୁରୁବାର ଦିନ ରାୱଲପିଣ୍ଡିରେ ଆୟୋଜିତ ୫୩ ତମ ପାକ ରକ୍ଷା ଏବଂ ସହିଦ ଦିବସ ଉପଲକ୍ଷେ ଅଫରିଦୀ ସେଠାରେ ଉପସ୍ଥିତ ଥିଲେ । ତାଙ୍କ ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ,ରାଷ୍ଟ୍ରପତି ମମନୁନ ହୁସୈନ,ଏବଂ ଆର୍ମି ଚିଫ କମର ଜାଭେଦ ବାଜବା ଉପସ୍ଥିତ ଥିଲେ । ଅଫରିଦୀ ସେନାଙ୍କ ମଧ୍ୟରେ ବସିଥିଲେ । ସେଠାରେ ଲୁଚି କରି ଅଫରିଦୀ ତମ୍ବାଖୁ ସେବନ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More