Only for Entertainment

ନିଶ ଥିବା ରାଜକୁମାରୀଙ୍କ ପ୍ରେମ ପାଇଁ ଆତ୍ମହତ୍ୟା କରିଥିଲେ ୧୩ ଜଣ ଯୁବକ !

amar ujala
75

ଆଜିକାଲି ସେହି ଝିଅମାନଙ୍କୁ ସୁନ୍ଦର ବୋଲି କୁହାଯାଏ ଯେ ଦେଖିବା ପାଇଁ ସୁନ୍ଦର, ପତଳୀ ଏବଂ ଯାହାର ଚେହେରାରେ ଦାଗ ନଥିବ । କିନ୍ତୁ ଉନ୍ନବିଂଶ ଶତାବ୍ଦୀରେ ସୁନ୍ଦରତାକୁ ଏପରି ତୁଳନା କରାଯାଉନଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେହି ସମୟରେ ମୋଟାପାକୁ ହିଁ ସୁନ୍ଦରତା କୁହାଯାଉଥିଲା । ସେଥିମଧ୍ୟରୁ ଇରାନ ରାଜକୁମାରୀଙ୍କ ସୁନ୍ଦରତାର କଥା ଆଜି ମଧ୍ୟ ଲୋକେ ମନେପକାଇଥାନ୍ତି ।

କୁହାଯାଏ ଇରାନର ରାଜକୁମାରୀ ତାଜ ଅଲ କଜର ସୁଲତାନା ନିଜର ସୁନ୍ଦରତାରେ ସେତେବେଳେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ । ତାଙ୍କ ମୁଖରେ ମୋଟା ଆଇବ୍ରୋ ଏବଂ ନିଶ ଥିଲା । ଏହା ସହିତ ସେ ଖୁବ ମୋଟା ଥିଲେ କିନ୍ତୁ ସେତେବେଳେ ଏହାକୁ ହିଁ ସୁନ୍ଦରତା କୁହାଯାଉଥିଲା ।

 

ମିଡିଆ ରିପୋର୍ଟ ଅନୁସାରେ, ସେତେବେଳେ ଅନେକ ଯୁବକ ରାଜକୁମାରୀଙ୍କ ସୁନ୍ଦରତାକୁ ନେଇ ପାଗଳ ଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ରାଜକୁମାରୀ ସମସ୍ତ ପ୍ରସ୍ତାବକୁ ଆଡେଇ ଦେଇଥିଲେ । କୁହାଯାଉଛି ଏହି କଥାରେ ଆହତ ହୋଇ ପାଖାପାଖି ୧୩ ଜଣ ଯୁବକ ଆତ୍ମହତ୍ୟା କରିଥିଲେ ।

ଅସଲରେ ଏହି ସବୁ ପ୍ରସ୍ତାବକୁ ଆଡେଇବା ପଛର କାରଣ ଥିଲା ରାଜକୁମାରୀଙ୍କ ବିବହ । ସେ ପୂର୍ବରୁ ଅମୀର ହୁସେନ ଖାନ ଶୋଜା ଏ ସଲତନେହଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୪ଟି ସନ୍ତାନ ଥିଲେ । ସେଥିମଧ୍ୟରୁ ୨ ଟି ଝିଅ ଏବଂ ଦୁଇଟି ପୁଅ । କିନ୍ତୁ ପରେ ତାଙ୍କର ତଲାକ ହୋଇଯାଇଥିଲା । ଏହା ମଧ୍ୟ କୁହାଯାଏ ଯେ, ରାଜକୁମାରୀଙ୍କର ଅନେକ ଅଫେୟର ଥିଲା । ଗୁଲାମ ଅଲ୍ଲୀ ଖାନ ଅଜୀଜୀ ଅଲ ସୁଲତାନ ଏବଂ ଇରାନୀ କବି ଆରିକ କାଜବିନୀଙ୍କ ସହିତ ତାଙ୍କର ଅଫେୟର ଥିଲା ବୋଲି କୁହାଯାଏ ।

ରାଜକୁମାରୀଙ୍କୁ ସେହି ସମୟର ସବୁଠାରୁ ଆଧୁନିକ ମହିଳା ବୋଲି କୁହାଯାଉଥିଲା । ସେହି ସମୟରେ ସେ ବୁର୍ଖା ଓହ୍ଲାଇଥିବା ପ୍ରଥମ ମହିଳା ଥିଲେ । ଏହା ସହିତ ସେ ପଶ୍ଚିମ ସଭ୍ୟତା ଠାରୁ ଖୁବ ପ୍ରେରିତ ହୋଇ ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More