ଜୀବନର ଅନେକ ଅକୁହା କଥାକୁ ପୁସ୍ତକର ରୂପ ଦେବାକୁ ଯାଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ‘ଅନଫିନିସଡ’ ଶ୍ରୀର୍ଷକରେ ତାଙ୍କ ଜୀବନନର ସ୍ମୃତି, ଅନୁଭୂତିର ଏକ ସଙ୍କଳନ ଆସନ୍ତା ବର୍ଷ ପ୍ରକାଶ ପାଇବ । ଅଭିନେତ୍ରୀ, ପ୍ରଯୋଜିକା, କର୍ମୀ ଏବଂ ମିଳିତ ଜାତିସଙ୍ଘ ଗୁଡୱିଲ ଆମ୍ବାସାଡର ଭାବେ ଜୀବନର ପ୍ରତିଟି ଭୂମିକାକୁ ଲୋକଲୋଚନକୁ ଆଣିବାକୁ ଚାହାଁନ୍ତି ପ୍ରିୟଙ୍କା । ଯେଉଁ କଥାକୁ ସେ କାହା ସାମ୍ନାରେ କହିନାହାଁନ୍ତି ।
ପୁସ୍ତକ ପ୍ରକାଶକ ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ପକ୍ଷରୁ ପ୍ରିୟଙ୍କାଙ୍କ ଏହି ପୁସ୍ତକ ପ୍ରକାଶ ପାଇବ । ଏହା ସହିତ ଆମୋରିକା ଏବଂ ବ୍ରିଟେନରେ ମଧ୍ୟ ଏହି ପୁସ୍ତିକା ପ୍ରକାଶ ପାଇବ । କୁହାଯାଉଛି ଯେ ପ୍ରିୟଙ୍କାଙ୍କ ଏହି ପୁସ୍ତକ ଝିଅମାନ ବଡ ସ୍ୱପ୍ନ ଏବଂ ତାକୁ ପୁରା କରିବା ପାଇଁ ପ୍ରେରିତ କରିବ ।
ପ୍ରିୟଙ୍କା ଏହି ପୁସ୍ତକକୁ ନେଇ କହିଛନ୍ତି ଯେ, ‘ପୁସ୍ତକର ଅନ୍ଦାଜ ଠିକ ମୋ ପରି ମଜାକିଆ, ବୋଲ୍ଡ ଏବଂ ବିହ୍ରୋହୀ ହେବ ।’ ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା କୁବ ଶୀଘ୍ର ସଲମାନଙ୍କ ସହିତ ଆଗାମୀ ଫିଲ୍ମ ‘ଭାରତ’ରେ ନଜର ଆସିବେ । ଏହା ପୂର୍ବରୁ ସେ ହଲିଉଡ ସିରିଜ ‘କ୍ୱାଣ୍ଟିକୋ’ରେ ନଜର ଆସିଥିଲେ ।