Only for Entertainment

ଐଶ୍ୱର୍ଯ୍ୟା ବଦଳାଇଲେ ‘ଫନ୍ନେ ଖାଁ’ର ଗୀତ, ପସନ୍ଦ ଆସିନଥିଲା ଗୀତର ପଦ

DNA India
0 26

ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବେ ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ଫନ୍ନେ ଖାଁ’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରଟି ସୁଟିଂର ଶେଷ ପର୍ୟ୍ୟାରେ ରହିଛି। କେବଳ ଗୀତ ସୁଟିଂ ସରିଲେ ହିଁ ‘ଫନ୍ନେ ଖାଁ’ର ସୁଟିଂ କାର୍ଯ୍ୟ ସମାପ୍ତ ହେବ। ଖବର ଅନୁସାରେ ଚଳଚ୍ଚିତ୍ର ସୁଟିଂ ସମୟରେ ଏଥିରେ ଥିବା ଏକ ଗୀତରେ ନାଚିବାକୁ ଅସହଜ ମନେ ହେବାରୁ ନୀଳନୟନା ସେହି ଗୀତର ପଦ ନୁହେଁ ବରଂ ସଂପୂର୍ଣ୍ଣ ଗୀତ ବଦଳାଇବା ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ କହିଥିବା ଜାଣିବାକୁ ମିଳିଛି।

ଗୀତରେ ନୃତ୍ୟ ପ୍ରଦର୍ଶନ କରିବା ବେଳେ ସେ ରୀତିମତ ଭାବେ ବିରକ୍ତ ପ୍ରକାଶ କରୁଥିଲେ। ଶେଷରେ ବାଧ୍ୟ ହୋଇ ନିର୍ଦ୍ଦେଶକ ଚଳଚ୍ଚିତ୍ରରୁ ସେହି ଗୀତକୁ ବାଦ୍ ଦେଇ ନୂତନ ଗୀତ ପ୍ରୟୋଗ କରିଛନ୍ତି ବୋଲି ସୂଚନା ରହିଛି। ଏହି ଗୀତର ସୁଟିଂ ମୁମ୍ବାଇର ଫିଲ୍ମଷ୍ଟାନ୍ ଷ୍ଟୁଡିଓରେ ୨ ଦିନ ଧରି ଚାଲିବା ପରେ ଗୀତଟି ଫିଲ୍ମର ଲିଡ ଅଭିନେତ୍ରୀଙ୍କୁ ପସନ୍ଦ ନଆସିବାରୁ ଗୀତଟି ବଦଳାଇ ଦିଆଯାଇଛି । ଫିଲ୍ମରେ ଐଶ୍ୱର୍ୟ୍ୟା ଏକଦମ୍ ଗ୍ଲାମରସ୍ ଲୁକରେ ନଜର ଆସିବେ। ଏଥିରେ ତାଙ୍କର ଏକ ଆଇଟମ୍ ନମ୍ବର ରହିଛି।

ଯେଉଁ ଗୀତଟିରେ ନାଚିବାକୁ ଐଶ୍ୱର୍ଯ୍ୟା ଅସହଜ ମନେ କଲେ ସେ ଗୀତଟିର ପ୍ରଥମ ଧାଡ଼ି ଥିଲା ‘ଫେବିକଲ୍‌ ସେ’। ସେ ଗୀତକୁ ପରିବର୍ତ୍ତନ କରାଯାଇ ଚଳଚ୍ଚିତ୍ରରେ ରଖାଯାଇଥିବା ନୂତନ ଗୀତଟିର ପ୍ରଥମ ଧାଡ଼ି ରହିଛି ‘ହଲକା ହଲ୍‌କାସା ଖୁମାର୍‌ ହେ’।

ଗୀତଟି ଅଧାରୁ ନୁହେଁ ବରଂ ପୂରା ସୁଟିଂ ହେବା ପରେ ହିଁ ତାହାକୁ ଚଳଚ୍ଚିତ୍ରରୁ ବାଦ୍‌ ଦେବାର ନିଷ୍ପତ୍ତି ନିଆଯାଇଛି। ଏପରିକି ଗୀତଟି ସଂପୂର୍ଣ୍ଣ ହେବା ପରେ କୋରିଓଗ୍ରାଫର୍‌ ଓ ନିର୍ଦ୍ଦେଶକ ବି ଦେଖିବା ପରେ ସନ୍ତୁଷ୍ଟ ନ ଥିଲେ। ଐଶ୍ୱର୍ଯ୍ୟା ନିଜର ଅସନ୍ତୋଷ ପ୍ରକାଶ କରିବା ପରେ ଟିମ୍‌ ଶେଷରେ ଏହି ଗୀତଟିକୁ ଚଳଚ୍ଚିତ୍ରରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More