Only for Entertainment

ଲୋକଙ୍କୁ ସଚେତନ କରିବା ପାଇଁ ମୁମ୍ବାଇ ପୋଲିସର ଭିନ୍ନ ପ୍ରୟାସ, ‘ରେସ-୩’ ପରେ ‘ଧଡକ’ ଡାଇଲଗକୁ କଲେ ବ୍ୟବହାର ।

zee news
0 35

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଜାହ୍ନବୀ ଫିଲ୍ମ ‘ଧଡକ’ ଜରିଆରେ ଇଣ୍ଡଷ୍ଟ୍ରୀରେ ପାଦ ରଖିବେ । ଏହି ଫିଲ୍ମରେ ସେ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିବେ । କିଛି ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ କାରାଯାଇଛି । ଟ୍ରେଲର ରିଲିଜ କରାଯିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଲୋକ ମଜାକ ଉଡାଇଛନ୍ତି । ଲୋକଙ୍କ କହିବା ଅନୁସାରେ ଟ୍ରେଲରରେ ଦୁହିଁଙ୍କ ଇମୋଶନ ଦେଖିବାକୁ ମିଳିନାହିଁ ।

କିନ୍ତୁ ମୁମ୍ବାଇ ପୋଲିସ ‘ଧଡକ’ ର ଏକ ଡାଇଲଗକୁ ଲୋକଙ୍କୁ ସତେଚନା କରିବା ପାଇଁ  ବ୍ୟବହାର କରିଛନ୍ତି । ମୁମ୍ବାଇ ପୋଲିସ ଶୁକ୍ରବାର ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଟ୍ରାଫିକ ବିଷୟରେ ସଚେତନ କରିବା ପାଇଁ ଧଡକର ଏକ ଡାଇଲଗ ବ୍ୟବହାର କରିଛନ୍ତି ।
ଦେଖନ୍ତୁ ଟ୍ୱିଟ-


ଏହା ପୂର୍ବରୁ ମୁମ୍ବାଇ ପୋଲିସ ରେସ-୩ରେ ଡେଜି ଶାହଙ୍କ ଡାଇଲଗକୁ ବ୍ୟବହାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More