Only for Entertainment

ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେବାକୁ ଯାଉଛି କ୍ଲାସିକ୍ ଚଳଚ୍ଚିତ୍ର ।

youtube
0 57

ଓଲିଉଡ ପରଦାରେ ଦେଖିବାକୁ ମିଳିବ କ୍ଲାସିକ୍ ଡ୍ରାମା ଫିଲ୍ମ । ଦେବଦାସ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର । ଯାହାର ଟାଇଟଲ୍ ରହିଛି ନାୟକର ନାଁ ଦେବଦାସ । ଏହି ଅପକମିଂ ଫିଲ୍ମର ଶୁଭ ମହୁରତ ନିକଟରେ କଟକରେ ଅନୁଷ୍ଠିତ ହୋଇ ଯାଇଛି ।

ନିକଟରେ କଟକର ଗଡଗଡିଆ ମନ୍ଦିର ପରିସରରେ ଏହି ଅପକମିଂ ସିନେମାର ଶୁଭ ମୁହୁରତ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଫିଲ୍ମର ଏଂଟାୟାର୍ କାଷ୍ଟ ଆଣ୍ଡ କ୍ରୁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସିନିୟର୍ କଳାକାର ବିଜୟ ମହାନ୍ତିଙ୍କ ସମେତ ଅଭିନେତା ବବି ମିଶ୍ର, ପିଂଟୁ ନନ୍ଦ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସ୍ମିତାଙ୍କୁ ଦେଖିବାକୁ ମିଳିଥିଲା ।

ମୃତ୍ୟୁଞ୍ଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଫିଲ୍ମର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର । କ୍ଲାସିକ୍ କାହାଣୀ ଦେବଦାସକୁ ନେଇ ଏହି ସିନେମା ପ୍ରସ୍ତୁତି କରାଯାଉଛି । ଆଉ ସିନେମାରେ ଦେବଦାସ ଚରିତ୍ରକୁ ପରଦାରେ ତୁଲାଇବେ ଅଭିନେତା ଅଶିତ ।

ଚଳଚ୍ଚିତ୍ରର ଶୁଭ ମୁହୁରତ ଅନୁଷ୍ଠିତ ହୋଇଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More