Only for Entertainment

ଏବେ ପାକିସ୍ତାନ ମଧ୍ୟ ଜାଣିବ ‘କଟ୍ଟପା ବାହୁବଳୀକୁ କ’ଣ ପାଇଁ ମାରିଲା’

zeecinemalu
0 47

ପୁରା ଦୁନିଆରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିବା ଫିଲ୍ମ ‘ବାହୁବଳୀ’ ଖୁବ ଶୀଘ୍ର ପାକିସ୍ତାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ । କରାଚୀରେ ହେବାକୁଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ‘ବାହୁବଳୀ’ର ଏକ ଖାସ ସ୍କ୍ରିନିଂ ରଖାଯାଇଛି । ଫିଲକୁ୍ମ ମିଳୁଥିବା ଏହି ସମ୍ମାନରେ  ନିର୍ଦ୍ଦେଶକ ରାଜମୈଳୀ ଖୁସି  ଥିବା ଜଣାପଡିଛି । ସେ ଟୁଇଟ କରି କହିଛନ୍ତି ଯେ, ‘ବାହୁବଳୀ ମୋତେ ଅନେକ ଦେଶ ବୁଲିବାର ସୁଯୋଗ ଦେଇଛି । ଏହା ସହିତ ସେ କହିଛନ୍ତି ମୋତେ ଡାକିବା ପାଇଁ ଧନ୍ୟବାଦ ପାକିସ୍ତାନ । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଟିଭାଲ କରାଚୀ ।’

‘ବାହୁବଳୀ’ ଭାରତୀୟ ସିନେମାର ଏପରି ଏକ ଫିଲ୍ମ ଯାହାକୁ ଅନେକ ବର୍ଷ ଧରି ଦର୍ଶକ ମନେରଖିବେ । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସ ଲିଡ ରୋଲରେ ନଜର ଆସିଥିବା ବେଳେ ରାଣା ଦାଗୁବତି, ଅନୁଷ୍କା ଶେଟ୍ଟୀ, ରମ୍ୟା କୃଷ୍ଣାନ ।ଦି ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହାର ଦୁଇଟି ଯାକ ଭାଗ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More