ନେହା କକ୍କର ଏହି ଅଭିନେତାଙ୍କୁ କହିଲେ ନିଜ ‘ଜୀବନସାଥୀ’
ସିଙ୍ଗର ନେହା କକ୍କର ଏବଂ ୟାରିୟାଁ ଫେମ୍ ହିମାଂଶ କୋହଲୀଙ୍କ ଅଫେୟାରକୁ ନେଇ ଅନେକ ସମୟରୁ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଦୁଇ ଜଣ ନିଜ ସମ୍ପର୍କକୁ ନେଇ କିଛି କନଫର୍ମ କରିନାହାଁନ୍ତି । କିନ୍ତୁ ନିକଟରେ ନେହା ଏକ ବୟାନ ଦେଇଛନ୍ତି ଯେଉଁଥିରୁ ଜଣାପଡୁଛି ସେ ତାଙ୍କ ସମ୍ପର୍କକୁ କନଫର୍ମ କରିଛନ୍ତି ।
ନେହା ନିଜ ବୟାନରେ କହିଛନ୍ତି ଯେ ଦୁହେଁ ୟାରିୟାଁ ସମୟରୁ ବା ୪ ବର୍ଷ ହେବ ସାଥିରେ ଅଛନ୍ତି । ଏହା ସହ ସେ କହିଥିଲେ ଆମେ ଦୁହେଁ ଭଲ ବନ୍ଧୁ ଏବଂ ବର୍ତ୍ତମାନ ଆମେ ଜୀବନସାଥୀ ହୋଇଗଲୁଣି । କାରଣ କାମ ପାଇଁ ଆମେ ଅଧିକାଂଶ ସମୟ ଏକା ସହିତ ଟ୍ରାଭେଲ କରିଥାଉ ।
ଏହା ସହିତ ନେହା କହିଥିଲେ ଆମେ ଦୁହେଁ ପରସ୍ପରର ଭଲ ବନ୍ଧୁ ହୋଇ ଖୁସି ଅଛୁ । ଏହି ସମ୍ପର୍କକୁ ଆମେ ଆଗକୁ ନେବା ପାଇଁ ଚାହୁଁନାହୁଁ ।
ନିକଟରେ ନେହା ‘ଏ ହମସଫର’ ନାମକ ମ୍ୟୁଜିକ ଭିଡିଓ ସଙ୍ଗ ସୁଟିଂ କରିଛନ୍ତି । ଏହି ଭିଡିଓରେ ସେ ହିମାଂଶଙ୍କ ସହିତ ରୋମାମ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତକୁ ନେହା ଏବଂ ତାଙ୍କ ଭାଇ ଟୋନି କକ୍କର ଗାଇଛନ୍ତି ।
ଖବର ଅନୁସାରେ ଦୁହେଁ ନ୍ୟୁ ୟର ଏବଂ ଭାଲେଣ୍ଟାଇନସ ଡେ ଏହା ସହିତ ପାଳନ କରିଥିଲେ । ଦୁହେଁ ନିଜ ସମ୍ପର୍କକୁ କନଫର୍ମ ନକରିଲେ ବି ସୋସିଆଲ ମିଡିଆରେ ଦୁହିଁଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଛି ।