Only for Entertainment

ଜବରଦସ୍ତ ପର୍ଫମାନ୍ସ ଦେଖି ନେହା ନେହା ନାରା ଲଗାଇଲେ ଫ୍ୟାନ୍ସ ।

ndtv
16

ପୁଣିଥରେ ଲୋକଙ୍କ ଉପରେ ଚଢିଛି ନେହା କକ୍କରଙ୍କ ଗୀତର ଯାଦୁ । ଗୀତରେ ମତୁଆଲା ହୋଇଛନ୍ତି ଦର୍ଶକ । ଆଜ୍ଞା ହଁ ମଂଚ ଉପରେ ନେହାଙ୍କ ଜବରଦସ୍ତ ପର୍ଫମାନ୍ସର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଠାରେ ନେହା ଗୀତରେ ନିଜ ଗାୟିକିର ଯାଦୁ ଦେଖାଇଛନ୍ତି । ଗୋଟିଏ ପରେ ଗୋଟିଏ ନିଜର ସୁପରହିଟ ଗୀତ ଗାଇ ସେ ଲୋକଙ୍କୁ ଦିୱାନା କରିଦେଲେ । ଏହି ଭିଡ଼ିଓ ହାଇଦ୍ରାବାଦର ଏକ କନ୍ସର୍ଟର । ନେହା ଏହି ଭିଡ଼ିଓକୁ ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

କେବଳ ଗୀତ ନୁହେଁ ବରଂ ଡ୍ୟାନ୍ସିଂର ମଧ୍ୟ ଦକ୍ଷତା ଦେଖାଇଛନ୍ତି ନେହା । ପର୍ଫମାନ୍ସ ସମୟରେ ଲୋକ ନେହା ନେହା ନାରା ଦେଉଥିଲେ । ଏହି ଭିଡ଼ିଓକୁ ଦେଖି ଅନୁମାନ କରିହେଉଛିଯେ ତାଙ୍କ ଗୀତରେ ଲୋକ କେତେ ଦିୱାନା । ତାଙ୍କ କଣ୍ଠସ୍ୱର ଯେତିକି ଲୋକପ୍ରିୟ ନୃତ୍ୟ ଶୈଳୀ ସେତିକି ମନ ମୁଗ୍ଧକର । ଚୁଲବୁଲି ଗାୟିକା ନେହା ତାଙ୍କ ଇଭେଂଟର ପ୍ରତ୍ୟେକଟି ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More