Only for Entertainment

ରେଡିଓ ଚୋକଲେଟ୍ ତରଫରୁ ଆଉ ଏକ ଭେଟି, ରିଲିଜ ହେଲା ରୋମାଣ୍ଟିକ ସିଙ୍ଗ୍ ‘ତୁ ହି ତୁ’

you tube
0 51

ଓଡିଆ ସ୍ରୋତାଙ୍କୁ ଏଂଟରଟେନ୍ କରିବା ପାଇଁ ରେଡିଓ ଚୋକଲେଟ୍ ଭେଟି ଦେଇଛି ଆଉ ଏକ ରୋମାଂଟିକ୍ ସଙ୍ଗ । ‘ତୁ ହି ତୁ’ ଟାଇଟେଲର ଏହି ଗୀତରେ ଶୁଣିବାକୁ ମିଳିଛି ଓଡିଆ କଣ୍ଠଶିଳ୍ପୀ ବିଶ୍ୱସ୍ୱରୂପ ଏବଂ ଯଶସ୍ୱିନୀଙ୍କ ଭଏସ୍ । ଗୀତଟି ସୋସିଆଲ୍ ମିଡିଆରେ ବେଶ ପ୍ରଶଂସା ସାଉଁଟୁଥିବା ଦେଖିବାକୁ ମିଳିଛି ।

ଏହି ମନଲୋଭା ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିଶ୍ୱସ୍ୱରୂପ । ଗୀତଟି ଓଡିଆ ସ୍ରୋତାଙ୍କୁ ବେଶ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଅପଲୋଡ୍ ହେବାର ମାତ୍ର କିଛି ଘଂଟା ମଧ୍ୟରେ ଏହାକୁ ୩ ହଜାର୍ ପାଖାପାଖି ଲାଇକ୍ ମିଳିସାରିଲାଣି । ଏହି ସଫ୍ଟ ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ବାପୁ ଗୋସ୍ୱାମୀ । ଯାହା ସ୍ରୋତାଙ୍କ ମନଛୁଇଁ ପାରିଛି । ଗୀତର ଲିରିକ୍ସ ସହ ଏହାର ସଙ୍ଗୀତ ଆଜିର ଯୁବ ପିଢିଙ୍କୁ ନଜରରେ ରଖି କରାଯାଇଛି । ଯାହା ଦର୍ଶକ ଓ ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ ହେବାରେ ଲାଗିଛି ରୋମାଂଟିକ୍ ସଙ୍ଗ ତୁ ହି ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More