ଲୋକଙ୍କୁ ପୁଣି ପସନ୍ଦ ଆସିଲା ପ୍ରିୟାଙ୍କ ଅନ୍ଦାଜ, ଭିଡିଓରେ ଦେଖିବାକୁ ମିଳିଲା ତାଙ୍କର ଏହି ଏକ୍ସପ୍ରେସନ ।
ରାତାରାତି ଇଂଟରନେଟ ସେନସେଶନ ପାଲଟିଥିବା ପ୍ରିୟା ପ୍ରକାଶଙ୍କ ଯାଦୁ କୋଟି କୋଟି ଲୋକଙ୍କୁ ଘାଇଲା କରିଛି । ତାଙ୍କର ଭିଡିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିବା କାରଣରୁ ସେ ଭାଇରାଲ ଗର୍ଲ ରୂପେ ପରିଚିତ । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ପ୍ରିୟା ଏବଂ ତାଙ୍କ ପାର୍ଟନର ରୋଶନ ଅବଦୁଲ ରଊଫ ମଧ୍ୟ ନଜର ଆସିଛନ୍ତି ।
ପ୍ରିୟା ଏହି ଭିଡିଓ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ନିଜ ଷ୍ଟୋରିଜ ଲେଖି ଅପଲୋଡ କରିଛନ୍ତି ଏବଂ ତାଙ୍କର କୌଣସି ପ୍ରଶଂସକଙ୍କ ଦ୍ୱାରା ଏହା ସେୟାର କରାଯାଇଛି । ଏହି ଭିଡିଓରେ ପ୍ରିୟା ପୁଣି ଥରେ ନିଜ ଆଖି ସହ ଖେଳୁଥିବାର ନଜର ଆସିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ପ୍ରିୟା ନିଜ ଭିଡିଓ ଜରିଆରେ ଇନଷ୍ଟାଗ୍ରାମରେ ଅପଲୋଡ କରି ଅନେକ ସେଲିବ୍ରିଟିଙ୍କୁ ପଛରେ ଛାଡି ଦେଇଛନ୍ତି । ଇଣ୍ଡିଆ ଟିଭି ରିପୋର୍ଟ ଅନୁସାରେ ପ୍ରିୟା ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୮ଲକ୍ଷ ଚାର୍ଜ କରୁଛନ୍ତି ।