ଉଷୁମ ପାଣିର ଉପକାରୀତା ।
ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। ପ୍ରତିଦିନ ଉଷୁମ ପାଣି ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହା ଦ୍ୱାରା ମୁଣ୍ଡ ବିନ୍ଧା, ଅଧ କପାଳି, ଉଚ୍ଚ ରକ୍ତଚାପ, ଗଣ୍ଠି ବ୍ୟଥା ଆଦି ଅନେକ ରୋଗରୁ ମିଳିଥାଏ ମୁକ୍ତି। ଖାଲି ପେଟରେ ୩-୪ ଗ୍ଲାସ ଉଷୁମ ପାଣି ପିଇଲେ ୯ ପ୍ରକାର କର୍କଟ ରୋଗ ଭଲ ହୋଇଥାଏ। ଏହା ଦ୍ୱାରା ଭୋକ ବୃଦ୍ଧି ପାଇବା ସହିତ ମହିଳାଙ୍କ ଜରାୟୁ ଜନିତ ସମସ୍ୟା ଦୂର ହୁଏ। ଏହାଯୋଗୁ ଶରୀରରେ କୋଲେଷ୍ଟରଲ ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏପରି ନିୟମିତ ୩୦ ଦିନ କଲେ ଡାଇବେଟିସ୍ ରୋଗରୁ ମିଳିଥାଏ ମୁକ୍ତି। ହାର୍ଟ ଆଟାକ ଦୂର କରିବାରେ ଏହା ଉପଯୋଗୀ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।