Only for Entertainment

ସିନେ ଦର୍ଶକଙ୍କ ପାଇଁ ଖୁସି ଖବର ! ପୁଣି ଥରେ ନିର୍ମାଣ ହେବ ଚର୍ଚ୍ଚିତ ସିନେମା ‘ବାହୁବଳୀ’ ! ଆରମ୍ଭ ହେଲା ସୁଟିଂକାର୍ଯ୍ୟ

HD Wallpapers
0 51

ବକ୍ସ ଅଫିସରେ ଧୁମ ମଚାଇଥିବା ଓ ଦର୍ଶକଙ୍କ ହୃଦୟ ଜିଣିଥିବା ଫିଲ୍ମ ‘ବାହୁବଳୀ ’ ଚଳିତବର୍ଷ ସବୁଠୁ ଅଧିକ ବ୍ୟବସାୟ କରିଥିବା ସିନେମା ସାଜିଛି । ଯାହା କି ବଦଳେଇଦେଇଛି ହିନ୍ଦି ସିନେମା ଜଗତର ଇତିହାସ । ଷ୍ଟାରକାଷ୍ଟ ଠାରୁ ନେଇ ସିନେମାର ଆକର୍ଷଣୀୟ ସେଟ୍ ମନ୍ତ୍ରମୁଗ୍ଧ କରିଦେଇଥିଲା ଦର୍ଶକଙ୍କୁ । ଏଥିପାଇଁ ତ ବାରମ୍ବାର ଏହାକୁ ଦେଖିବାକୁ ସମସ୍ତେ ଇଚ୍ଛା କରୁଛନ୍ତି । କିନ୍ତୁ କିଛି ଦିନ ତଳେ ଖବର ଆସିଥିଲା କି ରାଜମୈଲୀଙ୍କ ନିର୍ଦ୍ଦେଶିତ ସିନେମା ବାହୁବଳୀର ତୃତୀୟ ସଂସ୍କରଣ ଆଉ ଆସିବ ନାହିଁ । ଖାଲି ସେତିକି ନୁହେଁ ଖୋଦ ରାଜମୈଲୀ ମଧ୍ୟ ସ୍ୱୀକାର କରିଥିଲେ କି ବାହୁବଳୀର ତୃତୀୟ ଭାଗ ଆସିବ ନାହିଁ ବୋଲି । କିନ୍ତୁ ଫରକ ଏତିକି ଯେ ସିନେମାଟି ନା ହିଁ ହିନ୍ଦୀ ନା ଦକ୍ଷୀଣ ଭାରତୀୟ ଭାଷାରେ ହେବ ବରଂ ସିନେମାଟି ଭୋଜପୁରୀ ଭାଷାରେ ନିର୍ମାଣ ହେବାକୁ ଯାଉଛି ।

ତେବେ ସିନେମାଟିର ଟାଇଟଲ ରହିଛି ‘ବୀର ଯୋଦ୍ଧା ମହାବଳୀ’ । ଏଥିରେ ବାହୁବଳୀ ଚରିତ୍ରରେ ଅଭିନୟ କରିଥିବା ପ୍ରଭାସଙ୍କ ସ୍ଥାନରେ ଭୋଜପୁରୀ ଫିଲ୍ମର ନାମୀ ଦାମୀ ଷ୍ଟାର ଲାଲ ଯାଦବ ନିରହୁଆ ନଜର ଆସିବେ । ଇକୱାଲ ବକ୍ସ ଏହାର ନିର୍ଦ୍ଦେଶକ ଥିବା ବେଳେ ମୁମ୍ବାଇ ନିକଟସ୍ଥ ଶିଲୋତର ନାମକ ଗାଁରେ ଏହି ଫିଲ୍ମଟିର ଟ୍ରେଲରର ସୁଟିଂ କରାଯାଉଛି । ଅନେକ ଘୋଡା ସବାରୀ କରିଥିବା ସୈନିକମାନଙ୍କ ସହିତ ନିରହୁଆ ବାହୁବଳୀ ଗେଟଅପରେ ସୁଟିଂ କରୁଥିବା ନଜର ଆସିଛନ୍ତି । ଭୋଜପୁରୀର ଏହି ଫିଲ୍ମରେ ଅନେକ ସ୍ପେସିଆଲ ଇଫେକ୍ଟର ମଧ୍ୟ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଭୋଜପୁରୀ ପରେ ଏହି ଫିଲ୍ମକୁ ଅନ୍ୟ ଦୁଇଟି ଭାଷାରେ ମଧ୍ୟ ରିଲିଜ କରାଯାଇପାରେ ।

ଏକ ସୂତ୍ରରୁ ଜଣାପଡିଛି ଯେ, ଏହି ଫିଲ୍ମର ଟ୍ରେଲର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ଫିଲ୍ମର ସୁଟିଂ ମୁମ୍ବାଇ ବ୍ୟତୀତ ରାଜସ୍ଥାନର ଅନେକ ସ୍ଥାନରେ କରାଯିବାର ଯୋଜନା ରହିଛି । ଏହି ଫିଲ୍ମରେ ନିରହୁଆଙ୍କ ସହ ଆମ୍ରପାଲୀ ଦୁବେ ମଧ୍ୟ ନଜର ଆସିବେ । ଫିଲ୍ମର ଟ୍ରେଲର ୧୫ ଜାନୁଆରୀରେ ରିଲିଜ ହୋଇପାରେ । ଏହି ଫିଲ୍ମକୁ ନେଇ ଫିଲ୍ମର ନିର୍ଦ୍ଦେଶକ ଖୁବ ଉତ୍ସାହିତ ଥିବା ଜଣାପଡିଛି ।

ଏଠାରେ ଆମେ କହିରଖୁଛୁ କି, ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ବାହୁବଳୀର ଦ୍ୱିତୀୟ ଭାଗ ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ଏବଂ ସାରା ବିଶ୍ୱରେ ୧୭୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି । ତେବେ ଦେଖାଯାଉ ଏହି ସିନେମାକୁ ଦର୍ଶକ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More