Only for Entertainment

୧୬ ବର୍ଷ ପରେ ବିବାହ ପ୍ରମାଣପତ୍ର ପାଇଁ ପହଁଚିଥିଲେ ବ୍ୟକ୍ତି, କର୍ମଚାରୀ କହିଲେ ପୁଣିଥରେ ବିବାହ କର

dainik bhashkar
98

କେରଳର ରାଜ୍ୟ ପଞ୍ଜିକରଣ ମନ୍ତ୍ରୀ ଜି ସୁଧାକରଣ କୋଝିକୋଡର ଚାରି ଜଣ କର୍ମଚାରୀଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ପଞ୍ଜିକରଣ ବିଭାଗର ଏହି ଚାରି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିବାର ମୁଖ୍ୟ କାରଣ ହେଉଛି ଏମୋନେ ୧୬ ବର୍ଷ ପରେ ବିବାହ ପ୍ରମାଣପତ୍ର ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଖରାପ ବ୍ୟବହାର ଦେଖାଇବା ସହିତ ତାଙ୍କର ମଜାକ ଉଡାଇଥିଲେ ।

ଖବର ଅନୁସାରେ କୋଝିକୋଡର ବାସିନ୍ଦା ପି ମଧୁସୂଦନନ ବିବାହର ୧୬ ବର୍ଷ ପରେ ବିବାହ ପ୍ରମାଣପତ୍ର ପାଇଁ ମୁକ୍କାମ ବିବାହ ପଂଜିକରଣ ଅଫିସରେ ପହଁଚିଥିଲେ । କିନ୍ତୁ ସେଠାରେ କର୍ମଚାରୀମାନେ ତାଙ୍କୁ ସାର୍ଟିଫିକେଟ ଦେବା ପାଇଁ ମନା କରିଥିଲେ । ଏହା ସହିତ ଥଟ୍ଟା ପରିହାସ କରି କହିଥିଲେ, ‘ଯଦି ଶୀଘ୍ର ସାର୍ଟିଫିକେଟ ଦରକାର ତେବେ ଆଉ ଥରେ ବିବାହ କର ସାର୍ଟିଫିକେଟ ମିଳିଯିବ ।’

କର୍ମଚାରୀଙ୍କ ଏପରି ବ୍ୟବହାର ବିଷୟରେ ମଧୁସୂଦନ ସୋସିଆଲ ମିଡିଆ ଫେସବୁକରେ ସେୟାର କରିଥିଲେ । ପୋଷ୍ଟ ଭାଇରାଲ ହେବା ପରେ ଏହା କେରଳ ରାଜ୍ୟ ପଂଜିକରଣ ମନ୍ତ୍ରୀଙ୍କ ପାଖରେ କଥା ପହଁଚିଥିଲେ । ଏହା ପରେ ମନ୍ତ୍ରୀ ଏହି ଘଟଣାରେ ଜଡିତ ଥିବା ଚାରି ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।

କହିରଖୁଛୁ ଯେ ମଧୁସୂଦନ ୨୭ ଫେବୃଆରୀ ୨୦୦୩ରେ ବିଶେଷ ବିବାହ ଅଧିନିୟମ ଅନୁସାରେ ବିବାହ କରିଥିଲେ । ୧୯ ଜୁନରେ ତାଙ୍କୁ ବିବାହ ପ୍ରାମଣପତ୍ରର ଆବଶ୍ୟକତା ଥିଲା ମାତ୍ର ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କର୍ମଚାରୀ ତାଙ୍କୁ ବିବାହ ପ୍ରମାଣପତ୍ର ଦେଇନଥିଲେ । ପୁରୁଣା ରେକର୍ଡକୁ ଖୋଜିବାକୁ ପଡିବ ବୋଲି କର୍ମଚାରୀମାନେ ଏପରି କରିଥିଲେ । କାର୍ମଚାରୀମାନେ ଚାହିଁଥିଲେ ସେହି ସମୟରେ ହିଁ ତାଙ୍କୁ ପ୍ରମାଣ ପତ୍ର ଦେଇ ପାରିଥାନ୍ତି ମାତ୍ର ସେମାନେ ସେପରି କରିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More