Only for Entertainment

ଭାରତକୁ ପରମାଣୁ ବୋମାର ଧମକ ଦେଇଥିବା ପାକ ନେତାଙ୍କୁ ଲଣ୍ଡନରେ ହାମଲା, ପଡିଲା ଅଣ୍ଡା

tweet by @shkhrasheed
279

ଭାରତକୁ ପରମାଣୁ ହାମଲା କରିବାର ଧମକ ଦେଇଥିବା ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶୀଦଙ୍କୁ ଲଣ୍ଡରେ ମୁଥ ମାରିବା ସହିତ ତାଙ୍କ ଉପରକୁ ଅଣ୍ଡା ମାଡ ହୋଇଛି । ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥିବା ଶେଖ ରଶୀଦ ଅବାମୀ ମୁସଲିମ ଲିଗର ପ୍ରମୁଖ ଅଟନ୍ତି । ପାକିସ୍ତାନରେ ପ୍ରକାଶିତ ରିପୋର୍ଟ ଅନୁସାରେ ମନ୍ତ୍ରୀ ଲଣ୍ଡନର ଏକ ହୋଟେଲରେ ପୁରସ୍କାର ସମାରୋହରେ ଭାଗ ନେଇ ଫେରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇ ଥିଲା । ତାଙ୍କ ଉପରେ ଆକ୍ରମାଣ କରିଥିବା ବ୍ୟକ୍ତି ମାନେ ସେଠାରୁ ଫେରାର ହୋଇଯାଇଥିଲେ ।

କିନ୍ତୁ ବୁଧବାର ପାକିସ୍ତାନ ପିପୁଲ୍ସ ପାର୍ଟି ସହିତ ସଂବନ୍ଧ ପିପୁଲ୍ସ ୟୁଥ ଅରଗାନାଇଜେସନ ୟୁରୋପର ଅଧ୍ୟକ୍ଷ ଆସିଫ ଅଲ୍ଲୀ ଖାନ ଏବଂ ପାର୍ଟିର ଲଣ୍ଡନ ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜ ଏକ ବୟାନ ଜାରି କରି ଏହି ହାମଲା କରିଥିବା ସ୍ୱିକାର କରିଛନ୍ତି । ସେମାନେ କହିଛନ୍ତି ଯେ ରଶୀଦ ପିପିପି ପ୍ରମୁଖ ବିଲାବଲ ଭୁଟ୍ଟୋ ଜରଦାରୀଙ୍କ ବିରୋଧରେ ଅପଶବ୍ଦର ବ୍ୟବହାର କରିଥିଲେ । ଏହାକୁ ବିରୋଧ କରି ସେମାନେ ଏହି ପଦକ୍ଷେପ ନେଇଥିଲେ । ସେମାନେ ମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ କରିବା ସହିତ ମୁଥ ମାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More