Only for Entertainment

ନିଜ ଦେଶର ରାଜଦୂତଙ୍କୁ ଅପମାନିତ କଲେ ପାକ୍ ନାଗରିକ, ଦେଖନ୍ତୁ ଭାଇରାଲ ଭିଡ଼ିଓ

punjabkesari
123

ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ କାଶ୍ମୀର ସମେତ ସବୁ ସ୍ଥାନରେ ଅପଦସ୍ତ ହେବାକୁ ପଡୁଛି । ଏହାର ଏକ ଉଦାହରଣ ସଂୟୁକ୍ତ ରାଷ୍ଟ୍ରରେ ସେହି ସମୟରେ ଦେଖିବାକୁ ମିଳିଛି, ଯେତେବେଳେ ଏକ ପାକିସ୍ତାନ ନାଗରିକ ନିଜ ଦେଶର ରାଜନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସଂୟୁ୍କ୍ତ ରାଷ୍ଟ୍ରରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧି ଯେତେବେଳେ ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେତେବେଳେ ପାକ ନାଗରିକମାନେ ପାକିସ୍ତାନୀ ରାଜଦୁତ ମଲିହା ଲୋଧିଙ୍କ କ୍ଷମତା ଓ କାର୍ଯ୍ୟ-କୁଶଳତା ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ବହୁତ କିଛି ଶୁଣାଇଛନ୍ତି ।

 

ସୂଚନାନୁସାରେ, ମଲିହା ଲୋଧି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ସହିତ କଥା ହେଉଥିଲେ , ସେହି ସମୟରେ ଏକ ପାକ ନାଗରିକ ତାଙ୍କ ପାଖରେ ପହଁଚି ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ । ନାଗରିକଙ୍କ କଥା ଶୁଣି ମଲିହା ଲାଜରେ ନଇଁ ଯାଇଥିଲେ । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More