Only for Entertainment

ଇଣ୍ଟରନ୍ୟାସନାଲ ଲେଫ୍ଟହ୍ୟାଣ୍ଡର୍ସ ଡେ’ ୨୦୧୯ : ବାମ ହାତର ବ୍ୟବହାର କରୁଥିବା ବ୍ୟକ୍ତି ହୋଇଥାନ୍ତି ଖାସ, ଏମାନଙ୍କ ଠାରେ ଥାଏ ଏହି ସବୁ ଗୁଣ

latestly
34

ଦୁନିଆରେ ଅଧିକାଂଶ ଲୋକେ ଡାହାଣ ହାତରେ କାମ କରିଥାନ୍ତି । କିନ୍ତୁ ବହୁତ କମ ଲୋକେ ଏପରି ଅଛନ୍ତି ଯେଉଁମାନେ ନିଜ ବାମ ହାତକୁ କାମରେ ବ୍ୟବହାର କରିଥାନ୍ତି । ଏପରି କି ଘରର ବଡ ଲୋକେ ଛୁଆଙ୍କୁ ଡାହାଣ ହାତରେ ଖାଇବା ଏବଂ ଲେଖିବା ପାଇଁ କହିଥାନ୍ତି । ଯଦି ଛୁଆ ଏପରି ନକରନ୍ତି ତେବେ ତାଙ୍କୁ ଗାଳି ଏବଂ ମାଡ ପଡିଥାଏ । ବିଶ୍ୱରେ ପ୍ରାୟ ୯୦ ପ୍ରତିଶତ ଲୋକେ ଡାହାଣ ହାତରେ ଲେଖିନ୍ତି ଏବଂ ଅନ୍ୟ ସବୁକାମ କରିଥାନ୍ତି ଏବଂ ମାତ୍ର ୧୦ ପ୍ରତିଶତ ଲୋକେ ବାମ ହାତକୁ କାମରେ ଲଗାଇଥାନ୍ତି । ସାଧାରଣତଃ ଲୋକଙ୍କ କହିବା ଅନୁସାରେ ଲେଫ୍ଟି ମାନେ ରାଇଟ ହ୍ୟାଣ୍ଡମାନଙ୍କ ଠାରୁ ଦୁର୍ବଳ ହୋଇଥାନ୍ତି ।

ରାଇଟ ହ୍ୟାଣ୍ଡ ସମାଜରେ ଲେଫ୍ଟି ମାନଙ୍କ ସମସ୍ୟା ଏବଂ ତାଙ୍କ ଗୁଣକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ପ୍ରତ୍ୟେକ ବର୍ଷ ୧୩ ଅଗଷ୍ଟରେ ଇଣ୍ଟରନ୍ୟାସନାଲ ଲେଫ୍ଟହ୍ୟାଣ୍ଡର୍ସ ଡେ’ ପାଳନ କରାଯାଏ । ଏହି ଦିବସକୁ ପ୍ରଥମଥର ୧୯୭୬ରେ ଲେଫ୍ଟହ୍ୟାଣ୍ଡ ଇଣ୍ଟରନ୍ୟାସନାଲର ସଂସ୍ଥାପକ ଡିନ ଆର କ୍ୟାମ୍ପବେଲଙ୍କ ଦ୍ୱାରା ସେଲିବ୍ରେଟ କରାଯାଇଥିଲା । ଯଦି ଆପଣ ମଧ୍ୟ ଭାବୁଛନ୍ତି ଲେଫ୍ଟି ମାନେ ଦୁର୍ବଳ ତେବେ ଜାଣି ରଖନ୍ତୁ ମହାତ୍ମା ଗାନ୍ଧୀ, ବରାକ ଓବାମା, ଅମିତାଭ ବଚ୍ଚନ, ବିଲ ଗେଟସ, ରତନ ଟାଟା, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, କରଣ ଜୋହରଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି ଏହି ଶ୍ରେଣୀରେ ସାମିଲ ଅଛନ୍ତି ।

ଜାଣନ୍ତୁ ଲେଫ୍ଟ ହ୍ୟାଣ୍ଡେଡ ଲୋକଙ୍କର କେଉଁ ଗୁଣ ଥାଏ-

  • ନ୍ୟୁୟର୍କ ସେଣ୍ଟ ଲରେନ୍ସ ୟୁନିଭର୍ସିଟିରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ରାଇଟ ହ୍ୟାଣ୍ଡର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଲେଫ୍ଟ ହ୍ୟାଣ୍ଡର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆଇକ୍ୟୁ ଲେବୁଲ ୧୪୦ ରୁ ଅଧିକ ହୋଇଥାଏ ।
  • ଲେଖିବା ଏବଂ ଖାଇବା ପାଇଁ ଯେଉଁ ଲୋକେ ଲେଫ୍ଟ ହ୍ୟାଣ୍ଡର ବ୍ୟବହାର କରିଥାନ୍ତି ସେମାନେ ରାଇଟ ହାଣ୍ଡେଡ ବ୍ୟକ୍ତିଙ୍କ ତୁଳନାରେ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି ।
  • ଲେଫ୍ଟି ମାନେ ଖୁବ ଶୀଘ୍ର ହାତର ବ୍ୟବହାର କରିଥାନ୍ତି ।
  • ରାଇଟ ହ୍ୟାଣ୍ଡଡେ ବ୍ୟକ୍ତିଙ୍କ ତୁଳନାରେ ଲେଫ୍ଟି ମାନଙ୍କ ଟାରେ ଷ୍ଟ୍ରୋକ ପରି ସମସ୍ୟା ଠାରୁ ବାହାରିବାର କ୍ଷମତା ଅଧିକ ଥାଏ ।
  • ତେବେ ପଇସା କମାଇବା ଏବଂ ଖର୍ଚ୍ଚ କରିବା ମାମଲାରେ ଲେଫ୍ଟି ମାନେ ରାଇଟ ହ୍ୟାଣ୍ଡର୍ସ ଠାରୁ ଖୁବ ଆଗରେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More