Only for Entertainment

ପାକିସ୍ତାନ ସାଂସଦ ପ୍ରଧାନମନ୍ତ୍ରୀ ଇମରାନଙ୍କୁ କହିଲେ ଉବର-ଚାଳକ, ତାଙ୍କୁ ଦରକାର ୫ଷ୍ଟାର !

178

ପାକିସ୍ତାନର ଆର୍ଥିକ ସମସ୍ୟା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପଡୋଶୀ ଦେଶର ପ୍ରଧାନମନ୍ତ୍ରୀ ଇମରାନ ଖାନ ଦୁନିଆର ଅନ୍ୟ ସହର ଦେଶ ଗୁଡିକ ପାଖରୁ ସାହାଯ୍ୟର ଆଶା ବାନ୍ଧି ବସିଛନ୍ତି । ଏହାମଧ୍ୟରେ ପାକିସ୍ତାନର ଜଣେ ମହିଳା ସଂସଦରେ ଇମରାନ ଖାନଙ୍କ ବିଷୟରେ ଅନେକ ଆଲୋଚନା କରିଛନ୍ତି । ସେ ଇମରାନ ଖାନଙ୍କ ପ୍ରତିଜ୍ଞାକୁ ମନେ ପକାଇ କହିଛନ୍ତି ଯେ ଇମରାନ ଉବର କମ୍ପାନୀର ଚାଳକ ହୋଇଗଲେଣି, ଯିଏ କି ପ୍ରତି ଯାତ୍ରା ପରେ ୫ଷ୍ଟାର ରେଟିଂ ମାଗୁଛନ୍ତି ।

ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ଏହି ଭିଡିଓ ଶେୟାର କରିଛନ୍ତି । ମହିଳା ସାଂସଦଙ୍କ ନାଁ ମରିଅମ ଔରଙ୍ଗଜେବ ଅଟେ । ସେ ନିଜ ଭାଷଣରେ ଇମରାନ ଖାନଙ୍କ ଉପରେ ଅନେକ ଟାର୍ଗେଟ ରଖି କଥା କହିଛନ୍ତି । ସେ କହିଛନ୍ତି ଯେ ଇମରାନ କହୁଥିଲେ ଗଭର୍ନର ହାଉସ ଭାଙ୍ଗି ସେ ମ୍ୟୁଜିଅମ ବାନଇବେ । ବଜୀର-ଏ-ଆଜମ ହାଉସର ଗାଡି ଏବଂ ମଇଁଷିକୁ ବିକି ଦେଶର ଦାରିଦ୍ର‌୍ୟ ଦୂର କରିବେ । ଏହି ସ୍ୱପ୍ନ ଦେଖାଇବା ଲୋକ ଏବେ ଉବର ଡ୍ରାଇଭର ହୋଇ ପ୍ରତି ରାଇଡକୁ ୫ଷ୍ଟାର ମାଗୁଛି ।

ମେରିଅମଙ୍କ ଏହି ଭାଷଣ ଭିଡିଓ ଭାଇରାଲ ହେବାରେ ଲାଗିଛି. ସେହିଭଳି ଟ୍ୱିଟରରେ ଲୋକମାନେ ଇମ୍ରାନଙ୍କୁ ଖୁବ ଟ୍ରୋଲ କରିବାରେ ଲାଗି ପଡିଛନ୍ତି । ଏହାସହ ତାଙ୍କର ଏକ ପୂରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ସେ ସାଉଦିର ରାଜା ମୋହମ୍ମଦ ବିନ ସଲମାନଙ୍କ ଗାଡି ଚଳାଉଥିବାର ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଇମରାନ ସେତେବେଳେ ନିଜ ପ୍ରୋଟୋକଲ ଭାଙ୍ଗି କ୍ରାଉନ ପ୍ରିନ୍ସଙ୍କ ଗାଡି ନିଜେ ଚଳାଇ ତାଙ୍କୁ ଘରେ ଛାଡିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More