Only for Entertainment

ରିଲିଜ ହେଲା ପଲଟନର ଦ୍ୱିତୀୟ ଗୀତ । ଦର୍ଶାଉଛି ଜୱାନଙ୍କର ବାସ୍ତବିକତା ।

aajtak
0 33

ବଲିଉଡରେ ଜେପି ଦତ୍ତାଙ୍କୁ ଦେଶଭକ୍ତି ଉପରେ ଫିଲ୍ମ ନିର୍ମାଣ କରୁଥିବା ନିର୍ମାତା ଭାବରେ ସମସ୍ତେ ଜାଣନ୍ତି । ଏବେ ସେ ଦେଶଭକ୍ତି ଉପରେ ଆଧାରିତ ଏକ ଫିଲ୍ମ ନେଇ ଆସୁଛନ୍ତି । ଫିଲ୍ମର ନାମ ହେଉଛି ପଲଟନ । ପୂର୍ବରୁ ଫିଲ୍ମର ଏକ ଗୀତ ରିଲିଜ ହୋଇଥିଲା । ଏବେ ମଧ୍ୟ ତାହାର ଅନ୍ୟ ଏକ ଗୀତ ରିଲିଜ ହୋଇଛି,ଯାହା ଘର ଠାରୁ ଦୂରରେ ରହୁଥିବା ଜୱାନଙ୍କର ବାସ୍ତବିକତାକୁ ଦର୍ଶାଉଛି । ଗିତ ଲେଖିଛନ୍ତି ଜାଭେଦ ଅଖତାର । ମ୍ୟୁଜିକ ଦେଇଛନ୍ତି ଅନୁ ମଲ୍ଲିକ । ଗୀତକୁ ଗାଇଛନ୍ତି ସୋନୁ ନିଗମ । ସୋନୁ ଏହା ପୂର୍ବରୁ ଜେପିଙ୍କ ଫିଲ୍ମରେ ‘ସନ୍ଦେଶ ଆୟା ହୈ’ ଗୀତରେ ନିଜ ଭଏସ ଦେଇଥିଲେ । ଗୀତକୁ ଆଜି ମଧ୍ୟ ଖୁବ ପସନ୍ଦ କରାଯାଉଛି ।

ଫିଲ୍ମକୁ ଜି ଷ୍ଟୁଡିଓ ଦ୍ୱାରା ପ୍ରଡ୍ୟୁସ କରାଯାଇଛି । ଫିଲ୍ମର କାହାଣୀ ୧୯୬୨ରେ ଚୀନ ଏବଂ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଦର୍ଶାଉଛି । ପଲଟନ ୭ ଡିସେମ୍ବର ୨୦୧୮ରେ ରିଲିଜ ହେବ । ଫିଲ୍ମରେ ସୋନୁ ସୁଦ,ଅର୍ଜୁନ ରାମପାଲ,ହର୍ଷବର୍ଦ୍ଧନ ରାଣେ,ସିଦ୍ଧାନ୍ତ କପୁର ଏବଂ ଗୁରମିତ ଚୌଧରୀ ନଜର ଆସିବେ । ଏହା ବ୍ୟତୀତ ଫିଲ୍ମରେ ସୋନଲ ଚୌହାନ ଏବଂ ଈଶା ଗୁପ୍ତା ନଜର ଆସିବେ । ଜ୍ୟାକି ସ୍ରଫ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More