Only for Entertainment

ପନିର ଖିରି ପ୍ରସ୍ତୁତି ପ୍ରଣାଳୀ

Yummy Tummy
57

ସାମଗ୍ରୀ :

କଟା ହୋଇଥିବା ବାଦାମ – ଦୁଇ ଚାମଚ, କଟା ହୋଇଥିବା ପିସ୍ତା – ଦୁଇ ଚାମଚ, କଟା ହୋଇଥିବା କାଜୁ – ଦୁଇ ଚାମଚ, କେସର – ଚିମୁଟା ଟିଏ, କର୍ଣ୍ଣଫ୍ଲୋର – ଦୁଇ ଚାମଚ, ପନୀର – ଅଧା କପ, କ୍ଷୀର- ଦୁଇ କପ, ଚିନି- ଦୁଇ ରୁ ତିନି ଚାମଚ, ଗୁଜୁରାତି ପାଉଡ଼ର – ଚିମୁଟା ଟିଏ

ପ୍ରସ୍ତୁତି ପ୍ରଣାଳୀ :

ସର୍ବ ପ୍ରଥମେ ଗୋଟିଏ ପାତ୍ରରେ ଏକ କପ କ୍ଷୀର ସହ କେସର ଭିଜାଇ ରଖନ୍ତୁ । ଏହା ପରେ ଏକ ଚାମଚ କ୍ଷୀରକୁ କର୍ଣ୍ଣଫ୍ଲୋର ସହ ଗୋଲାଇ ରଖନ୍ତୁ । ଗ୍ୟାସ ଅନ କରନ୍ତୁ । ସେଥିରେ ଗୋଟିଏ ପାତ୍ର ବସାଇ ବାକି ରହିଥିବା କ୍ଷୀରକୁ କର୍ଣ୍ଣଫ୍ଲୋର ସହ ମିଶାଇ ସେହି ପାତ୍ରରେ ପକାଇ ଦିଅନ୍ତୁ । ଅଳ୍ପ ଜାଳରେ ପ୍ରାୟ ୧୦ମିନିଟ ଯାଏଁ ତାକୁ ସିଝିବାକୁ ଛାଡ଼ି ଦିଅନ୍ତୁ । ସେଥିରେ କେଶରଯୁକ୍ତ କ୍ଷୀର ମଧ୍ୟ ପକାଇ ଅଳ୍ପ ସିଝାଇ ଦିଅନ୍ତୁ । ସିଝୁଥିବା କ୍ଷୀରରେ କେଶର ପକାଇ ଦୁଇ କପ ପେଶା ହୋଇଥିବା ପନୀର ଓ ଦୁଇ,ତିନି ଚାମଚ ଚିନି ପକାଇ ସେଥିରେ ମିଳାଇ ଗୋଳେଇ ଦିଅନ୍ତୁ । ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଅଳ୍ପ ଜାଳରେ ୧୦ମିନିଟ ଯାଏଁ ଏହା ସିଝିବାକୁ ଦିଅନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଥିବା ପନିର ଖିରି ଉପରେ କଟା ହୋଇ ରଖା ହୋଇଥିବା କାଜୁ ,ପିସ୍ତା ,ବାଦାମକୁ ପକାନ୍ତୁ। ଏକ ପାତ୍ରକୁ ବାହାର କରି ସର୍ଭ କରନ୍ତୁ କିମ୍ବା ନିଜେ ଖାଇ ଦେଖନ୍ତୁ । ଦେଖିବେ ଏହି ସ୍ୱାଦିଷ୍ଟ ପନୀର ଖିରି ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More