Only for Entertainment

‘ଶୁଭ ମଙ୍ଗଳ ସାବଧାନ’ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନଜର ଆସିବେ ଏହି ଅଭିନେତ୍ରୀ, ଖୁବ ଶୀଘ୍ର ଆରମ୍ଭ ହେବ ସୁଟିଂ

Samachar Nama
45

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ନିଜ ଫିଲ୍ମ ‘ଆର୍ଟିକଲ ୧୫’ର ସଫଳତାକୁ ସେଲିବ୍ରେଟ କରୁଛନ୍ତି । ଏହା ସହିତ ସେ ଖୁବ ଶୀଘ୍ର ନିଜର ଆଗାମୀ ପ୍ରୋଜେକ୍ଟ ‘ଶୁଭ ମଙ୍ଗଳ ସାବଧାନ’ର କାମ ଆରମ୍ଭ କରିବେ । ଏହି ଫିଲ୍ମକୁ ନେଇ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଆନନ୍ଦ ଏଲ ରୟଙ୍କ ଏହି ଫିଲ୍ମ ପାଇଁ ଲିଡ ଅଭିନେତ୍ରୀଙ୍କ ନାମ ଫାଇନାଲ ହୋଇସାରିଛି ।

ରିପୋର୍ଟ ଅନୁସାରେ ଫିଲ୍ମରେ ଆୟୁଷ୍ମାନ ଖୁରାନା ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ପଂଖୁଡୀ ଅବସ୍ଥିଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମରେ କିଏ ଲିଡ ଅଭିନେତ୍ରୀ ଭାବେ ନଜର ଆସିବେ ତାହାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ଫିଲ୍ମର ନିର୍ଦ୍ଦେଶନା ଦେବେ ହିତେଶ କୈବଲ୍ୟ ।

ତେବେ ପଂଖୁଡୀଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ଟେଲିଭିଜନ ସିରିଏଲରେ କାମ କରିଛନ୍ତି । ପଂକୁଡୀ ରଜିଆ ସୁଲତାନ, ସୂର୍ଯ୍ୟପୁତ୍ର କର୍ଣ୍ଣ ଏବଂ ୟେ ରିସ୍ତା କ୍ୟା କହଲାତା ହେ ଭଳି ଧାରାବାହିକରେ ଅଭିନୟ ପ୍ରତିଭା ଦେଖାଇଛନ୍ତି । ଏହା ସହିତ ଅନର୍ଥ ଏବଂ ଅକ୍ସର ୨ ଭଳି ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ପଂଖୁଡୀ ଅଭିନେତା ଗୌତମ ରୋଡେଙ୍କୁ ବିବାହ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More