Only for Entertainment

ବଲିଉଡରେ ପ୍ରବେଶ କଲେ ପରେଶ ରାୱଲଙ୍କ ପୁଅ ଆଦିତ୍ୟ ରାୱଲ ।

bollywood tadka
54

ବଲିଉଡରେ ଏବେ ପ୍ରବେଶ କରୁଛନ୍ତି ଜଣକ ପରେ ଜଣେ ଷ୍ଟାରକିଡ । ସେମାନଙ୍କମଧ୍ୟରେ ସବୁଠାରୁ ଲୋକପ୍ରିୟ ହୋଇ ପାରିଛନ୍ତି ସାରା ଅଲି ଖାନ । ଗତବର୍ଷ ଭଳି ଏହି ବର୍ଷ ମଧ୍ୟ ବଲିଉଡରେ ପ୍ରବେଶ କରିବେ ସେହିଭଳି କିଛି ଷ୍ଟାରକିଡସ । ଯାହାଙ୍କ ମଧ୍ୟରେ ରହିଛି ପରେଶ ରାୱଲଙ୍କ ପୁଅ ଆଦିତ୍ୟ ରାୱଲଙ୍କ ନାମ ।

କିଛି ଦିନ ହେବ ଆଦିତ୍ୟଙ୍କ ବଲିଉଡ ପ୍ରବେଶକୁ ନେଇ ଖବର ଆସୁଥିଲା । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଆଦିତ୍ୟଙ୍କୁ ଫିଲ୍ମରେ ଲଂଚ କରିବାର ଦାୟୀତ୍ୱ ନେଇଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଆଦିତ୍ୟ ଫିଲ୍ମ ‘ବମଫାଡ଼’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରଂଜନ ଚନ୍ଦେଲ । ଆଦିତ୍ୟଙ୍କ ଅପୋଜିଟରେ ସାଲିନୀ ପାଣ୍ଡେ ନଜର ଆସିବେ । ସାଲିନୀ ଏହା ପୂର୍ବରୁ ତେଲୁଗୁ ଫିଲ୍ମ ଅର୍ଜୁନ ରେଡୀରେ ନଜର ଆସି ସାରିଛନ୍ତି । କହିରଖୁଛୁଯେ ଏହି ଫିଲ୍ମ ଏହ୍ଲାବାଦ ଉପରେ ପର୍ଯ୍ୟବେଷିତ ହେବ । ୨୦୧୮ ଶେଷକୁ ଫିଲ୍ମର କିଛି ଦୃଶ୍ୟ କାନପୁରରେ ସୁଟିଂ କରାଯାଇଥିଲା । ଫିଲ୍ମକୁ ସଂପୂର୍ଣ୍ଣ ଭାବରେ ସିକ୍ରେଟ ରଖାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More