କାର୍ନିଭାଲ ଫେଷ୍ଟିଭାଲରେ ଅଘଟଣ, ସାମ୍ନାକୁ ଆସିଲା ଛାତି ଥରାଇବା ଭଳି ଦୃଶ୍ୟ
ଥାଇଲ୍ୟାଣ୍ଡର ଏକ କାର୍ନିଭାଲରେ ଅମ୍ୟୁଜମେଂଟ ରାଇଟ ସମୟରେ ଏକ ଅଘଟଣ ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଚାଲୁଥିବା ଦୋଳିରୁ ହଠାତ ତଳକୁ ପଡ଼ିଗଲେ କିଛି ବ୍ୟକ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି । ୧ ମିନିଟର ଏହି ଭିଡ଼ିଓକୁ ସିଜିଟିଏନ ଟ୍ୱିଟରରେ ଶେୟାର କରିଛି । ଦେଖିବାକୁ ମିଳିଛି ପାଇରେଟସ ଅଫ ଦ କେରେବିୟନ ଥିମ ରାଇଡରେ ଲୋକ ଖୁବ ଝୁମୁଥିଲେ । କିନ୍ତୁ ହଠାତ ଉପରୁ ତଳକୁ ଆସିବା ସମୟରେ ୫ ଜଣ ସିଟରୁ ତଳକୁ ପଡ଼ିଗଲେ । ଯାହାପରେ ଚାଂଚଲ୍ୟ ସୃଷ୍ଟି ହୋଇଗଲା । ତେବେ ସେଫଟୀ ବାର ଡିଲା ଥିବା କାରଣରୁ ଏଭଳି ହୋଇଛି ।
⚠️Video: Revelers escaped serious injuries when they were thrown from a fairground ride on to the floor after the safety bars came loose at a carnival in Thailand pic.twitter.com/i1bq738Amh
— CGTN (@CGTNOfficial) December 2, 2019
ମିଡିଆ ରିପୋର୍ଟ ଅନୁସାରେ ଘଟଣା ପରେ ଅପରେଟର ତତକ୍ଷଣାତ ମେସିନକୁ ବନ୍ଦ କରିଦେଲେ । ଏହି ଭୁଲ ପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି । ପୋଲିସର କହିବା ଅନୁସାରେ ଏହି ରାଇଡ ମାଲିକର ଲାଇସେନ୍ସ ଯାଂଚ କରାଯିବ ଏବଂ ରାଇଡକୁ ଅସ୍ଥାୟୀ ସମୟ ପାଇଁ ବନ୍ଦ କରାଯିବ ।