Only for Entertainment

ମକା ଖାଇବା ପରେ କାହିଁକି ପାଣି ପିଇବା ଅନୁଚିତ?

30

ଖରା ହେଉ ବା ବର୍ଷା ବା ଶୀତ ଦିନ ପ୍ରତ୍ୟେକ ଋତୁରେ ମକା ଖାଇବାକୁ ମିଳେ । ଏହାର ଏହାର ସ୍ୱାଦ ମଧ୍ୟ ଖୁବ ନିଆରା । ରୋଷ୍ଟେଡ ମକା ହେଉ ବା ବଏଲଡ ସଂଧ୍ୟା ସମୟରେ ଏହାକୁ ଖାଇବାର ମଜା ମଧ୍ୟ ଖୁବ ନିଆରା । ସବୁଠାରୁ ମକାର ଅଧିକ ସ୍ୱାଦ ବଢାଏ ଲେମ୍ବୁ ରସ ଆଉ ତା’ ସାଙ୍ଗକୁ ସ୍ପାଇସି ମସଲା । ତେବେ ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ହେଲଦୀ ମଧ୍ୟ । ତେବେ ଏହି ସ୍ୱାଦିଷ୍ଟ ମକାଯେ କେତେବେଳେ ସମସ୍ୟାରେ ପକାଇଦେବ ତାହା ଆପଣ ହୁଏତ ଜାଣିନଥିବେ । ଆୟୁର୍ବେଦ ଏକ୍ସପର୍ଟ ଡାକ୍ତର ଆଶୁତୋଷ ଗୌତମଙ୍କ କହିବା ଅନୁଯାୟୀ ମକା ଖାଇବା ପରେ ପାଣି ପିଇବା ଅନୁଚିତ । ଆସନ୍ତୁ ଆଲୋଚନା କରିବା ଏହା ପଛର କାହାଣୀ ।

ଅଧିକାଂଶ ବ୍ୟକ୍ତି ଅଭିଯୋଗ ଆଣିଛନ୍ତିଯେ ମକା ଖାଇବା ପରେ ପାଣି ପିଇଲେ ପାକସ୍ଥଳୀରେ କଷ୍ଟ ଅନୁଭବ ହେଉଛି । ଏହା କିଛି ଖାସ କାରଣ ପାଇଁ ଘଟିଥାଏ । ଏଭଳି କରିବା ଦ୍ୱାରା ହଜମ ପ୍ରକ୍ରିୟା ଧୀର ହୋଇଯାଏ । ମକାରେ କମ୍ପେ୍ଲକ୍ସ କାର୍ବ ଓ ଷ୍ଟାର୍ଚ ଥାଏ । ମକା ଖାଇବା ପରେ ପାଣି ପିଇଲେ ଗ୍ୟାସ ସମସ୍ୟା ଦେଖାଦିଏ ଓ ଏସିଡିଟି ମଧ୍ୟ ହୋଇଯାଏ । ଯାହା ପେଟ ଯନ୍ତ୍ରଣାର ପ୍ରମୁଖ କାରଣ । ଏଥିରୁ ରକ୍ଷା ପାଇବା ପାଇଁ ହେଲେ ବକା ଖାଇବାର କିଛି ସମୟ ବ୍ୟବଧାନରେ ପାଣି ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More