Only for Entertainment

ଆଜିକାଲି ମହାଭାରତ ପଢୁଛନ୍ତି ଅମିର ଖାନ, ଖୁବ ଶୀଘ୍ର ହୋଇପାରେ ବଡ ଘୋଷଣା ।

0 24

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବେ ନିଜର ଆଗାମୀ ପିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ୟଶରାଜ ବ୍ୟାନରେ ନିର୍ମିତ ଏହି ଫିଲ୍ମ ଏକ ବିଗ ବଜେଟ ଡ୍ରାମା ଫିଲ୍ମ । ଫିଲ୍ମରେ ଅମିର ଖାନଙ୍କ ବ୍ୟତିତ ଅମିତାଭ ବଚ୍ଚନ, କ୍ୟାଟ୍ରନା କୈଫ ଏବଂ ସନା ଖାନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବରରେ ରିଲିଜ ହେବ । ଏହା ପରେ ଅମିର ଖାନ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଫିଲ୍ମରର ପ୍ରି-ପ୍ରଡକ୍ସନ ପ୍ରସ୍ତୁତି ଆରମ୍ଭ କରିବେ । ଆପଣ ଜାଣିପାରୁଥିବେ ଆମେ କେଉଁ ଫିଲ୍ମ ବିଷୟରେ ଚର୍ଚ୍ଚା କରୁଛୁ ।

aamir

କିଛି ଦିନରୁ ଖବର ଶୁଣିବାକୁ ମିଳିଥିଲା ଯେ ଅମିର ଖାନ ‘ମହାଭାରତ’ ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଏବଂ ଏହାର ପ୍ରସ୍ତୁତି ସେ ଖୁବ ଶୀଘ୍ର ଆରମ୍ଭ କରିବେ । ତେବେ ଅମିର ଖାନଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡୁଛି ଏହି ଫିଲ୍ମ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

mahabharata-4

ନିକଟରେ ଅମିର ଖାନଙ୍କୁ ‘ମହାଭାରତ’ ପୁସ୍ତକ ସହିତ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଏହାକୁ ଦେଖି ଜଣାପଡୁଛି ଯେ ମିଷ୍ଟର ପରଫେକ୍ସନିଷ୍ଟ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

କହିରଖୁଛୁ ଯେ ଅମିର ଖାନ ଗତବର୍ଷ ‘ମହାଭାରତ’ରେ ଅଭିନୟ କରିବାର ଇଚ୍ଛା ପ୍ରକାଶ କରିଥିଲେ । ସେ କହିଥିଲେ, ମୁଁ ରାଜମୌଳିଙ୍କର ବହୁତ ବଡ ଫ୍ୟାନ । ଯଦି ସେ ମହାଭାରତ ନିର୍ମାଣ କରିବାର ପ୍ଲାନିଂ କରୁଛନ୍ତି ତେବେ ମୁଁ ସେଥିରେ କର୍ଣ୍ଣ କିମ୍ବା କୃଷ୍ଣଙ୍କ ଭୂମିକାରେ ଅଭିନୟ କରିବାକୁ ଚାହିଁବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More