Only for Entertainment

ବାସ୍ତୁ ଅନୁସାରେ ଗୃହରେ ଗଛ ଲଗାନ୍ତୁ ! ନଚେତ୍ ଭୋଗି ପାରନ୍ତି ଅନେକ ସମସ୍ୟା

coupanraja.in
0 114

ସମାଜରେ ଅନେକ ଲୋକ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ କ୍ଷତି ସହିବାକୁ ପଡିଥାଏ । ଯେପରିକି କୃଷିକ୍ଷେତ୍ର,ବାଣିଜ୍ୟ ଏବଂ ଚାକିରି କ୍ଷେତ୍ରରେ ଅନେକ କ୍ଷତି ସହିବାକୁ ପଡିଥାଏ । ତେବେ ଏହି କ୍ଷେତ୍ରରେ ଆପଣମାନେ କେବେ ଭି ଚିନ୍ତା କରିଛନ୍ତି କି? ଏହାର କାରଣ ଆପଣଙ୍କ ଗୃହରେ ଲଗାଯାଇଥିବା ଗଛ ହୋଇପାରେ । ବାସ୍ତୁ ଅନୁସାରେ ଗୃହରେ ଥିବା ଗଛ ଧନ ଓ ସଂପତି ମାମଲାରେ ଖୁବ୍ ପ୍ରଭାବ ପକାଇ ଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଗଛ ଲଗାଇବା ଦ୍ୱାରା ଗୃହରେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

– ଘରର ଉତ୍ତର କିମ୍ବା ପୂର୍ବ କୋଣ ତଥା ଉତ୍ତର ପୂର୍ବ କୋଣରେ କମ ଉଚ୍ଚତା ଯୁକ୍ତ ଗଛ ଲଗାନ୍ତୁ । ଯେପରିକି ତୁଳସୀ, ଗେଣ୍ଡୁ, ଅଁଳା, ଶଙ୍ଖପୁଷ୍ପୀ, ବାହାଡା ଇତ୍ୟାଦି । ଏହି ଗଛ ଗୁଡିକ ଦ୍ୱାରା ଗୃହରେ ସକାରାତ୍ମକ ବୃଦ୍ଧି ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ଦାରିଦ୍ର୍ୟ ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ ।

– ଏହାଛଡା ପବନର ବାତାବରଣ ଠିକ୍ ଭାବରେ ହୋଇଥାଏ । ଉତ୍ତର ପୂର୍ବ କୋଣରେ ଛୋଟ ଗଛ ଥିବାରୁ ସୂର୍ଯ୍ୟ ଉଦୟ ବେଳେ ସୂର୍ଯ୍ୟଙ୍କ ସାକାରାତ୍ମକ କିମ୍ବା ଶକ୍ତଶାଳୀ କିରଣ ସିଧାସଳଖ ଗୃହରେ ପଡିଥାଏ ।

– ଏଥିମଧ୍ୟରୁ କିଛି ଗଛର ଚେରକୁ ଟଙ୍କା ସହିତ ରଖିବା ଦ୍ୱାରା ଗୃହରେ ଧନ ସଂପତ୍ତି ଲାଭ ହେବା ସହିତ ମା ଲକ୍ଷ୍ମୀଙ୍କ କୃପାରୁ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ।

– ବନଷ୍ପତି ଜ୍ୟୋତିଷ୍କଙ୍କ ଅନୁସାରେ ଟଙ୍କା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ମୁଖ୍ୟ ଗଛର ଚେରକୁ ଗୃହରେ ରଥିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଅରଖ ଚେର:
ଅରଖ ଗଛର ଚେରକୁ ଏକ ଡେଉଁରିଆରେ ଭର୍ତ୍ତିକରି ଡାହାଣ ହାତରେ ବାନ୍ଧିବା ଦ୍ୱାରା ଗୃହରେ ଆର୍ଥିକ ସମୃଦ୍ଧିରେ ବୃଦ୍ଧି ହୋଇଥାଏ ।

ଶଙ୍ଖପୁଷ୍ପୀ ଚେର:
ଶଙ୍ଖପୁଷ୍ପୀ ଚେରକୁ ଶୁଭ ମୁହୁର୍ତ୍ତରେ ଆଣି ଏକ ଚାନ୍ଦି ଡିବାରେ ଭର୍ତ୍ତିକରି ସିନ୍ଧୁକରେ ରଖିଦିଅନ୍ତୁ । ଏହାଦ୍ୱାରା ଧନ ସଂପତ୍ତି ବୃଦ୍ଧି ହୋଇଥାଏ ।

ବାହାଡ ଚେର:
ବାହାଡା ଗଛର ଚେର କିମ୍ବା ପତ୍ରକୁ ଧନ ସଂପତ୍ତି ସ୍ଥାନରେ ରଖିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More