Only for Entertainment

ପ୍ରଧାନ ମନ୍ତ୍ରୀ ମୋଦି କଲେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁରୋଧ, କହିଲେ ଭରଷା ଅଛି ଇଣ୍ଟରନ୍ୟାସନାଲ ଫିଲ୍ମର ସୁଟିଙ୍ଗ୍ ମଧ୍ୟ କାଶ୍ମୀରରେ ହେବ !

370

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାମ୍ମୁକଶ୍ମୀରରୁ ଧାରା ୩୭୦ ହଟାଇବା ପରେ ରାଷ୍ଟ୍ରକୁ ସମ୍ଭୋଧିତ କରିଛନ୍ତି । ସେହି ସମୟରେ ମହାଶୟ ମୋଦି ଫିଲ୍ମ ମେକରଙ୍କୁ ଏକ ଛୋଟ ଅନୁରୋଧ କରିଛନ୍ତି । ଜମ୍ମୁ କଶ୍ମୀରରୁ ୩୭୦ ହଟାଇବା ପରେ ୮ ଅଗଷ୍ଟ ରାତି ୮ଟାରେ ଖୁସିର ଶୁଭେଚ୍ଛା ଦେବାପାଇଁ ନିଷ୍ପତି ନେଇଥିଲେ । ୪୧ ମିନିଟ୍ ସମ୍ବୋଧନରେ ଜମ୍ମୁ-କଶ୍ମୀର ଓ ଲଦାଖ ଭବିଶ୍ୟତର ବ୍ଲୁପ୍ରିଣ୍ଟ ଜନତାଙ୍କ ସମ୍ମୁଖରେ ରଖିଥିଲେ । ସେହି କ୍ଷଣରେ ହିନ୍ଦୀ, ତେଲଗୁ, ମଲାୟଲମ, କନଡ, ସାହିତ୍ୟ ସବୁ ଭାଷା ସହ ଯୋଡି ହୋଇଥିବା ଫିଲ୍ମ ମେକରଙ୍କୁ ଏକ ଅପିଲ କରିଥିଲେ ଯେ, ସମସ୍ତ ଇଣ୍ଟରନ୍ୟାସନାଲ ଫିଲ୍ମର ସୁଟିଙ୍ଗ କାଶ୍ମୀରରେ କରାଯାଉ ।

ପ୍ରଧାନ ମନ୍ତ୍ରୀ ମୋଦି କହିଥିଲେ ଯେ, ଏହିପରି ଏକ ସମୟ ଥିଲା କାଶ୍ମୀରରେ ବଲିଉଡ ଫିଲ୍ମ ସୁଟିଙ୍ଗ କରାଯାଉଥିଲା । ଅନେକ ଫିଲ୍ମରେ କାଶ୍ମୀର ଚିତ୍ର ଦେଖିବାକୁ ମିଳୁଥିଲା । କିନ୍ତୁ ପରବର୍ତ୍ତୀ ଦିନରେ ଏହା ହେବା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଧାରା ୩୭୦ ହଟିବା ପରେ ମୋଦି କାଶ୍ମୀରରେ ସୁଟିଙ୍ଗ କରିବାର ଅନୁମତି ଦେଇଛନ୍ତି । ସମସ୍ତ ଫିଲ୍ମ ମେକରଙ୍କ ଏହା ପସନ୍ଦ ଯୋଗ୍ୟ ସ୍ଥାନ ହେବ ବୋଲି ଆଶା କରାଯାଉଛି । ଏହା ସହ ଇଦର ମଧ୍ୟ ଶୁଭକାମନା ଜଣାଇଛନ୍ତି । କହିଛନ୍ତି ଯେ, ଜମ୍ମୁକଶୀ୍ମରରେ ଥିବା ସମସ୍ତ ଜନସାଧାରଣ ଇଦ୍ ପାଳନ କରିବାରେ କୈାଣସି ଅସୁବିଧା ହେବ ନାହିଁ । ଏହାର ସମସ୍ତ ଦାୟିତ୍ୱ ସରକାର ବହନ କରିବେ । ଆମର ଯିଏ ସାଥି ବାହାର ଦେଶରେ ଅଛନ୍ତି ଇଦରେ ନିଜ ଘରକୁ ଯିବାକୁ ଚାହୁଁଥିଲେ ତାଙ୍କୁ ମଧ୍ୟ ସରକାର ସମ୍ପୂର୍ଣ୍ଣ ସହେଯାଗ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More