Only for Entertainment

ଅନୁଷ୍କା ଶେଟ୍ଟୀ ନୁହେଁ ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ‘ବାହୁବଳୀ’ ପ୍ରଭାସ ! ଜାଣନ୍ତୁ ଖବର ପଛର ସତ୍ୟତା

Onmanorama
0 75

ବଲିଉଡରେ ଭାଇଜାନଙ୍କ ବିବାହ ପରି ସାଉଥ ଇଣ୍ଡଷ୍ଟ୍ରୀରେ ପ୍ରଭାସଙ୍କ ବିବାହ ସେପରି ଏକ ହଟ ଟପିକ । ଗତବର୍ଷ ବାହୁବଳୀ ରିଲିଜ ହେବା ପରେ ଅଭିନେତ୍ରୀ ଅନୁଷ୍କା ଏବଂ ପ୍ରଭାସଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବର୍ତ୍ତମାନ ପ୍ରଭାସଙ୍କ ନାମ ସାଉଥ ଅଭିନେତ୍ରୀ ନିହାରିକାଙ୍କ ସହିତ ଯୋଡା ଯାଉଛି ।

ନିହାରିକା ସାଉଥ ସୁପରଷ୍ଟାର ଚିରଞ୍ଜିବୀଙ୍କ ଭାଣଜୀ । ପୂର୍ବରୁ ଖବର ଆସୁଥିଲା ଯେ ପ୍ରଭାସଙ୍କ ଆରେଞ୍ଜ ମ୍ୟାରେଜ କରିବେ ଏବଂ ଏଥିପାଇଁ ପରିବାର ଲୋକ ଝିଅ ମଧ୍ୟ ଖୋଜୁଛନ୍ତି । ତେବେ ନିହାରିକାଙ୍କ ନାମ ସାମ୍ନାକୁ ଆସିବା ପରେ ଏବେ ଖବର ଆସୁଛି ଏହା ଆରେଞ୍ଜ ମ୍ୟାରେଜ ବୋଲି ।

Chiranjeevi's-Niece-Niharika-Konidela-Set-For-Tamil-Debut

କିନ୍ତୁ ଚିରଞ୍ଜିବୀ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ‘ମୁଁ ଜାଣିନାହିଁ ଏହି ମିଛ ଖବରକୁ କିଏ ପ୍ରଚାର କରୁଛି । ଏହା ସହିତ ସେ କହିଛନ୍ତି ନିହାରିକାଙ୍କ ବିବାହ ବୟସ ହୋଇନାହିଁ ।’

ନିହାରିକା ବର୍ତ୍ତମାନ ନିଜର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ସେ ତେଲଗୁ ଫିଲ୍ମ ‘ଓକା ମନାସୁ’ରେ ନଜର ଆସିବେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ଏକ ଛୋଟ ରୋଲରେ ନଜର ଆସିବେ ।

ତେବେ ଅନ୍ୟ ପକ୍ଷରେ ପ୍ରଭାସ ‘ସାହୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ନଜର ଆସିବେ । ଏହି ଫିଲ୍ମ ହିନ୍ଦୀ, ତେଲଗୁ, ତାମିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More